FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
SHARE NOW :

ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ୍‌) : ଦୁର୍ନୀତିର ବନ୍ଧକୁ ପାର କରିସାରିଲେଣି ସରକାରୀ କର୍ମଚାରୀ । କୋଟିପତି ହେବାର ସ୍ୱପ୍ନ ତଳେ ଦବି ଯାଉଛି ଦେଶ ସେବା । ଭିଜିଲାନ୍ସ ଟିମକୁ ନିରାଶ ହେବାକୁ ଦେଉନାହାନ୍ତି କର୍ମଚାରୀ । ପ୍ରତିଦିନ ଭିଜିଲାନ୍ସର ଚଢାଉରେ ସାମ୍ନାକୁ ଆସୁଛି ନୂଆ ନୂଆ ଦୁର୍ନୀତିଖୋର ଲୋକଙ୍କ ମୁହଁ । ପୁଣି ଭିଜିଲାନ୍ସର ଶିକାରରେ ଧରାପଡିଲେ ସରକାରୀ ବାବୁ । ବାରିପଦା ସ୍ଥିତ ଆଇଟିଡିଏ କାର‌୍ୟ୍ୟାଳୟର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକା ସାଙ୍ଗରେ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ସୂଚନା ଅନୁସାରେ, ସନ୍ତୋଷଙ୍କର ବାରିପଦା ଆଇଟିଡିଏ କାର‌୍ୟ୍ୟାଳୟ, ଭଞ୍ଜପୁରସ୍ଥିତି ଘର, ବାଲିଆପଦର ଭୋଗରାଇ ସ୍ଥିତ ପୈତୃକ ଘର ସହିତ ଭୁବନେଶ୍ୱର ଓ ଉତ୍ତରା ଆଦି ସ୍ଥାନରେ ଥିବା ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଦୀର୍ଘ ୮ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର‌୍ୟ୍ୟାଳୟରେ ଚାକିରି କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା । ଠିକାଦାରଙ୍କ ଜାଲି ଦସ୍ତଖତକୁ ନେଇ ଅନେକ ସମୟରେ ଟଙ୍କା ଉଠାଇ ନେଇଥିବାର ଠିକାଦାର ଅଭିଯୋଗ ଆଣିଥିଲେ । ଏହାସହ ଜିଏସଟି ଠକେଇ ମାମଲାରେ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts