FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ଘଣ୍ଟା ଧରି ଚାଲିଲା ରେଡ୍‌

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ଘଣ୍ଟା ଧରି ଚାଲିଲା ରେଡ୍‌

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ଘଣ୍ଟା ଧରି ଚାଲିଲା ରେଡ୍‌
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରେ ରବିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉ ଦୀର୍ଘ ୨୩ଘଣ୍ଟା ଧରି ଚାଲିଥିଲା । ଚଢାଉ ବେଳେ ଭିଜିଲାନ୍ସ ହାତରେ ପ୍ରଦାପ ପାଣିଗ୍ରାହୀଙ୍କ ଘରୁ ଟଙ୍କା ସହ ମାତ୍ରାଧିକ ପରିମାଣର ସୁନାଗହଣା ମିଳିଥିବା ସୂଚନା ମିଳିଛି ।


ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ସ୍ଥିତ ଘର ସହିତ ମୋଟ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହା ଭିତରେ ତାଙ୍କର ସମ୍ପର୍କୀୟ ଓ ସହଯୋଗୀ ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢ଼ାଉରେ ଜଣେ ଏସ୍ପି, ୨ ଜଣ ଅତିରିକ୍ତ ଏସ୍ପି ଓ ୧୭ ଜଣ ଡିଏସ୍ପିଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।


ସୂଚନା ଅନୁସାରେ, ଗତ ଜୁନ୍ ମାସ ୧୨ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍ରୁ ମୁକୁଳି ଥିଲେ। ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ସେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ତାଙ୍କ ନାଁରେ ୬ଟି ମାମଲା ଥିଲା। ଏଥିପାଇଁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

Related Posts