FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି
SHARE NOW :



ବଲାଙ୍ଗିର (ଲାଇଭ ଓଡିଶା ନ୍ୟୁଜ୍‌) : ସଫଳତା ଗୋଟାଉଛନ୍ତି ଭିଜିଲାନ୍ସ । ପୁଣି ଫସିଲେ ଆଉ ଏକ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣି ରମେଶ ପ୍ରସାଦ ନାଗ । ୩୨ ବର୍ଷ ଚାକିରି କାଳରେ କୋଟି କୋଟି ଆୟ ବହିର୍ଭୁତ ସମ୍ପତ୍ତିର ମାଲିକ ଅଛନ୍ତି ରମେଶ । ତେବେ ଭିଜିଲାନ୍ସ ବିଭାଗ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରିଛି । ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ସମ୍ବଲପୁର ଓ ସୋନପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି
ରମେଶଙ୍କ ଶାନ୍ତିପଡା ବାସଭବନ, ତାଲପାଳିପଡା ପୈତୃକ ବାସଭବନ ସମେତ ସୋନପୁର ଅଫିସରେ ଚଢ଼ାଉ କରାଯାଇଛି । ତାଲପାଳିପଡାରେ ଏକ ସରକାରୀ ଜମିକୁ ତାଙ୍କ ପରିବାର ଅକ୍ତିଆର କରି ରଖିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡିଛି । ତାଙ୍କ ଘରୁ ଟଙ୍କା, ସୁନା ଗହଣା ସହ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ଲକରରେ କିଛି ସୁନା ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ବ୍ୟାଙ୍କକୁ ଯାଇ ତାହା ମଧ୍ୟ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣି ସୂଚନା ଦେଇଛନ୍ତି ।
ଏପଟେ ଭିଜିଲାନ୍ସ ବିଭାଗର ଆକ୍ସନ ମୋଡ୍ ଦେଖି ଅଣନିଶ୍ୱାସ ହେଇଗଲେଣି ଦୁର୍ନୀତିଖୋର ସରକାରୀ ବାବୁ । ଲାଞ୍ଚଖୋର ଅଫିସରଙ୍କ ଘରେ ପଇସା ଗଣି ଗଣି ଥକି ଗଲାଣି ଭିଜିଲାନ୍ସ । ଅଭିଯୋଗ ଆସିବା ମାତ୍ରେ ଭିଜିଲାନ୍ସ ବିଭାଗର ଆକ୍ସନ ଆରମ୍ଭ । ଯେଉଁଠି ହାତ ମାରୁଛନ୍ତି ସେଠୁ ବାହାରୁଛି ପୁଳା ପୁଳା ଟଙ୍କା ଓ ଆୟ ବହିର୍ଭୁତ ସ୍ଥାବର, ଅସ୍ଥାବର ସମ୍ପତ୍ତି ।

Leave a Reply

Your email address will not be published. Required fields are marked *

Related Posts