FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବରଗଡର ଅତିରିକ୍ତ DSWO ଙ୍କ ବାସଭବନରେ ଭିଜିଲାନ୍ସର ରେଡ୍‌

ବରଗଡର ଅତିରିକ୍ତ DSWO ଙ୍କ ବାସଭବନରେ ଭିଜିଲାନ୍ସର ରେଡ୍‌

ବରଗଡର ଅତିରିକ୍ତ DSWO ଙ୍କ ବାସଭବନରେ ଭିଜିଲାନ୍ସର ରେଡ୍‌
SHARE NOW :


ବରଗଡ(ଲାଇଭ ଓଡିଶା ନ୍ୟୁଜ୍‌) : ଦୁର୍ନୀତିରେ ଲିପ୍ତ ସରକାରୀ କର୍ମଚାରୀ । ଅମାପ ସମ୍ପତ୍ତିର ମାଲିକ ହେବାର ଲାଳସାରେ ଭୁଲିଯାଉଛନ୍ତି କର୍ତ୍ତବ୍ୟ । ଲକ୍ଷପତି ହେବାର ସ୍ୱପ୍ନରେ ଦେଶ ପାଇଁ ନେଇଥିବା ଶପଥକୁ ପାଦରେ ଆଡେଇଦେଉଛନ୍ତି । ଏପଟେ ଆକ୍ସନ ମୋଡରେ ଓଡିଶା ଭିଜିଲାନ୍ସ । ଯେଉଁଠି ହାତ ମାରୁଛି , ସେଠି ବାହାରୁଛି ପୁଳାଏ ପୁଳାଏ ଟଙ୍କା । ପୁଣି ଭିଜିଲାନ୍ସ ଜାଲରେ ଫସିଲେ ସରାକରୀ କର୍ମଚାରୀ ।
ବରଗଡର ଅତିରିକ୍ତ DSWO ଙ୍କ ବାସଭବନରେ ଭିଜିଲାନ୍ସର ରେଡ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ସକାଳୁ ସକାଳୁ ଭିଜିଲାନ୍ସର ୧୦ ଜଣିଆ ଟିମ୍ ବରଗଡ଼ ଅତିରିକ୍ତ DSWO ଙ୍କ ବାସଭବନରେ ଚଢ଼ାଉ କରିଛି । ବରଗଡ଼ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚନ୍ଦ୍ରା ସାହୁଙ୍କୁ ବରପାଲି ସ୍ଥିତ ବାସ ଭବନରେ ରେଡ୍ କରିଛି ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ।
ଚନ୍ଦ୍ରା ସାହୁଙ୍କ ବରପାଲି ଡାକବଙ୍ଗଳା ପଡ଼ା ସ୍ଥିତ ବାସଭବନରେ ଚଢ଼ାଉ କରିଥିବା ବେଳେ ଅଫିସରେ ମଧ୍ୟ ରେଡ୍ କରିଥିଲା ଭିଜିଲାନ୍ସ । ଚନ୍ଦ୍ରା ସାହୁଙ୍କ ଘରୁ ଭିଜିଲାନ୍ସ ୨ ଲକ୍ଷ ୫୪ ହଜାର ୪୨୦ ଟଙ୍କା ଜବତ କରିଛି । ବରପାଲି, ବରଗଡ଼ରେ ଥିବା ଦୁଇଟି ପ୍ଲଟ, ଦୁଇଟି ଚାରି ଚକିଆ ଯାନ ଓ ଗୋଟିଏ ବାଇକ୍ ଜବତ କରିଥିବା ଜଣାପଡିଛି । ଏହା ବ୍ୟତୀତ ଲକ୍ଷାଧିକ ସୁନା ଅଳଙ୍କାର, ବହୁ ଜମିବାଡ଼ି କାଗଜପତ୍ର ସହିତ ଘରୁ ୨ ଶହରୁ ଅଧିକ ଦାମିକିଆ ଶାଢି ମିଳିଛି ।

Leave a Reply

Your email address will not be published. Required fields are marked *

Related Posts