ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସିପାହୀ

SHARE NOW :
କଟକ (ଲାଇଭ ଓଡିଶା ବ୍ୟୁରୋ):ରାଜ୍ୟରେ ଏବେ ସକ୍ରିୟ ଭିଜିଲାନ୍ସ ଅଧିକାରୀ । ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଅଧିକାରୀଙ୍କ ଘରୁ ଠାବ କରୁଛି ପୁଳା ପୁଳା ଟଙ୍କା । ଯେତେ ଖେଳାଇଲେ ସେତେ ବାହାରୁଛି ଅମାପ ସମ୍ପତ୍ତି । କେତେବେଳେ କନଷ୍ଟେବଳ ତ କେତେବେଳେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଜମା ଟଙ୍କାର ସୁରାଗ ପାଇଁ ସିଧାସଳଖ ରେଡ୍ ମାରୁଛି ଭିଜିନାନ୍ସ । ସେହିପରି ଆଜି ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଓଏସଏପି ଷଷ୍ଠ ବାଟାଲିଆନର ସିପାହୀ । କଟକରେ କାର୍ଯ୍ୟରତ ଏହି ବାବୁ ଆବଶ୍ୟକ ଠାରୁ ଯଥେଷ୍ଟ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ କାର୍ଯ୍ୟରତ ସିପାହୀ ଜଣଙ୍କ ହେଉଛନ୍ତି ସହଦେବ ପରିଡା । ଭିଜିଲାନ୍ସ ଟିମ ତାଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି । ସହଦେବ ପରିଡାଙ୍କ କ୍ବାର୍ଟର, କଟକ ତିନିଘରିଆରେ ଥିବା ୩ମହଲା କୋଠା, କଟକ ଗଣ୍ଡରପୁରରେ ଥିବା ଘର, ପୁରୀ ଚନ୍ଦନପୁରରେ ଥିବା ପୈତୃକ ଘର ଓ ମାଳତିପାଟପୁରରେ ଥିବା ଶ୍ବଶୁର ଘରେ ଭିଜିଲାନ୍ସ ରେଡ୍ କରୁଛି । ଚଢାଉ ବେଳେ ୨ଲକ୍ଷ ୯୪ହଜାର ୬ଶହ ଟଙ୍କା ସହ ୪ଟି ବାଇକ୍ ଓ ୧୭ଟି ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ଏହି ଚଢାଉରେ ୩ଜଣ ଡିଏସପି, ୯ ଇନସ୍ପେକ୍ଟର ସାମିଲ ରହିଛନ୍ତି