FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବ୍ରହ୍ମପୁର ଥାନା କନଷ୍ଟେବଳ ସୁଦର୍ଶନ ପ୍ରଧାନ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର ଥାନା କନଷ୍ଟେବଳ ସୁଦର୍ଶନ ପ୍ରଧାନ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର ଥାନା କନଷ୍ଟେବଳ ସୁଦର୍ଶନ ପ୍ରଧାନ ଘରେ ଭିଜିଲାନ୍ସ ଚଢାଉ
SHARE NOW :

ବ୍ରହ୍ମପୁର( ଲାଇଭ ଓଡିଶା ବ୍ୟୁରୋ ) : ପୁଣି ଭିଜିଲାନ୍ସ ଜାଲରେ କନଷ୍ଟେବଳ । ଦିନକୁ ଦିନ ରଜ୍ୟରେ ବଢୁଛି ଦୁର୍ନିତି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଥାନା କନଷ୍ଟେବଳ ସୁଦର୍ଶନ ପ୍ରଧାନ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଛାପା ମାରିଛି ଭିଜିଲାନ୍ସ । ଗୋଟେ ନୁହେଁ ବରଂ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ବ୍ରହ୍ମପୁର ମେନ୍ ରୋଡରେ ଥିବା ଲୋଚାପଡାରେ ୩ମହଲା ବିଲଡ଼ିଂରେ ଚାଲିଛି ରେଡ଼ ।ସେହିପରି ନିମଖଣ୍ଡିରେ ଥିବା ଘର, ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଗମୁଣ୍ଡିରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ର ଛାନଭିନ୍ । ଚଢାଉ ବେଳେ ନଗଦ ୫ଲକ୍ଷ ୧୬ହଜାର ୮୮୦ ଟଙ୍କା ଜବତ ହେଲାଣି । ଏବେବି ଚଢାଉ ଜାରି ରହିଛି । ଚଢାଉରେ ଜଣେ ଅତିରିକ୍ତ ଏସପି, ୨ଜଣ ଡିଏସପି ଓ ୫ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।ଅଧିକ ତଦନ୍ତ ପରେ ଆହୁରି ସମ୍ପତି ମିଳିବାର ଆଶା କରାଯାଉଛି

Leave a Reply

Your email address will not be published. Required fields are marked *

Related Posts