ଜଙ୍ଗଲି ହାତୀଙ୍କ ଉତ୍ପାତରେ ଅତିଶୟ ଗ୍ରାମବାସୀ

SHARE NOW :
ସୁଵର୍ଣ୍ଣପୁର (ଲାଇଭ ଓଡିଶା ନ୍ୟୁଜ୍) : ସୁଵର୍ଣ୍ଣପୁର ଜିଲ୍ଲାରେ ରେ ଦିନ କୁ ଦିନ ବଢିବାରେ ଲାଗିଛି ଜଙ୍ଗଲି ହାତୀଙ୍କ ଉତ୍ପାତ । ଜିଲ୍ଲାର ଉଲୁଣ୍ଡା, ବିନିକା ପରେ ଏବେ ସୋନପୁର ବନାଂଚଳରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ସୋନପୁର ରେଞ୍ଜର କୁଦୋପାଲି ଗ୍ରାମରେ ହାତୀପଲ ପଶି ଉତ୍ପାତ କରିଥିବା ଅଭିଯୋଗ ହୋଇଛି । ଗାଁକୁ ପଶି ପ୍ରାୟ ୮ ବଖରା ଘର ଭାଙ୍ଗି ଦେଇଥିବାବେଳେ ଘରୁ ଧାନ ବସ୍ତା ଟାଣି ନେଇ ଖାଇ ଦେଇଥିବା ଅଭିଯୋଗ ହୋଇଛି । ତା ସହ ଘରର ଅନେକ ଆସବାବ ପତ୍ର ଫିଙ୍ଗି ଦେଇଛନ୍ତି । ହାତୀଙ୍କ ମୁହଁରୁ ବାଇକ ମଧ୍ୟ ବଂଚିନି । ୩ଟି ବାଇକ ଫିଙ୍ଗି ଦେଇ ଦଳି ଦେଇଛନ୍ତି । କେବଳ ସେତିକି ନୁହେଁ ଅନେକ ଚାଷ ଜମି ଦଳି ଚକଟି ଦେଇଛନ୍ତି । ପାଚିଲା ଧାନ ସବୁ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ବାରମ୍ବାର ହାତୀ ଏଭଳି ଉପଦ୍ରବ କରିଚାଲି ଥିଲେ ବନ ବିଭାଗ ତରଫରୁ କିଛି ୁତ୍ତର ନମିଳୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କ୍ଷୟ କ୍ଷତିର ଆକଳନ କରି ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।