ମଦ ଦୋକାନ ଖୋଲିବା ନେଇ ପ୍ରଶାସନର ନିଷ୍ଣତି କୁ ବିରୋଧ

SHARE NOW :
ରାୟଗଡା,୧୫.୯( ଲାଇଭ୍ ଓଡିଶା ନ୍ୟୁଜ୍): ରାୟାଗଡା ଜିଲ୍ଲା କାଶିପୁର ବ୍ଲକରେ ମଦ ଦୋକାନ ଖୋଲିବା ନେଇ ପ୍ରଶାସନର ନିଷ୍ଣତି କୁ ଦୃଢ ବିରୋଧ କରିଛିନ୍ତି ଟିକିରି ଏବଂ ପୋଡାପାଡି ପଞ୍ଚାୟତ ଅଞ୍ଚଳ ଵାସୀ ।ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଦ ଦୋକାନ ଖୋଲିବା ନେଇ ଗ୍ରାମ ସଭାର ସୁପାରିଶ ଆବଶ୍ୟକ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଭୃକ୍ଷେପ ନକରି ଦୁଇଟି ନୂତନ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବା ସୁଚନା ରହିଛି ।
ଏହାକୁ କାଶିପୁର ବ୍ଳକ ପଞ୍ଚାୟତ ର ଜନପ୍ରତିନିଧିଙ୍କ ସହ ସ୍ଵୟଂ ସହାୟିକା ଗୋଷ୍ଠୀ, ସମାଜ ସେବୀ ଓ ବିଭିନ୍ନ ସଙ୍ଗଠନ ଦୃଢ ଵିରୋଧ କରିଥିଲୋ ନିଷ୍ପତି କୁ ପ୍ରତ୍ୟାହାର କରା ନ ଗଲେ ଜନ ଆଦୋଳନ ହେବ ବୋଲି ଚେତାବନୀ ଦେବାସହ ଜିଲାପାଳ ସହିତ ଅବକାରୀ କମିଶନ ଏବଂ ଅନ୍ୟାନ୍ୟ ଅଧିକାରୀ ନିକଟକୁ ପତ୍ରଲେଖି ଜଣାଇଛନ୍ତି ।
ସୁଚନା ମୁତାବକ ଦୁଇଟି ମଦ ଦୋକାନ ମଧ୍ୟରୁ ଗୋଟିଏ ଠିପିଖୋଲା ଵିଦେଶୀ ମଦ ଦୋକାନ ଟିକିରି ବଜାର ମଧ୍ୟରେ ଏବଂ ଅନ୍ୟ ଏକ ଦେଶୀ ମହୁଲି ମଦ ଦୋକାନ ପୋଡାପାଡି ଠାରେ ଖୋଲିବା ପ୍ରାବଧାନ ରହିଛି ।
ଏନେଇ ଟିକିରି ସ୍ଥିତ ଆଜାଦ କ୍ଳବ ଠାରେ ଏକ ପ୍ରେସମିଟ ଆୟୋଜନ କରାଯାଇଥିଲା କାଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ରୁଆଇ ମାଝି, ପୋଡାପାଡି ସରପଞ୍ଚ ଆଲାଇ ମାଝୀ ,ନକଟିଗୁଡାର ହେମଲତା କାଦ୍ରାକା , ଶଙ୍କରଡା, ସରପଞ୍ଚ ଅମିନ ମାଝି, ବାଙ୍କାମ୍ବ ସରପଞ୍ଚ ଆଦି ଉପସ୍ଥିତ ଥିଲେ ।