- Home
- »
- Breaking News
- »
- ସ୍ଵାଧୀନତା ର ଦୀର୍ଘ ବର୍ଷ ପରେ ବି ମିଳିପାରୁନି ମୌଳିକ ସୁବିଧା, ଭୋଟ ବର୍ଜନ ପାଇଁ ଗ୍ରାମବାସୀ ଦେଲେ ଚେତାବନୀ
ସ୍ଵାଧୀନତା ର ଦୀର୍ଘ ବର୍ଷ ପରେ ବି ମିଳିପାରୁନି ମୌଳିକ ସୁବିଧା, ଭୋଟ ବର୍ଜନ ପାଇଁ ଗ୍ରାମବାସୀ ଦେଲେ ଚେତାବନୀ

SHARE NOW :
ନୂଆପଡା(ଲାଇଭ ଓଡିଶା ନ୍ୟୁଜ): ଜଳ ହିଁ ଜୀବନ ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ । ସରକାର ଲୋକଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସରକାରଙ୍କ ସବୁ ଯୋଜନା ଫେଲ ମାରିଥିବା ଦୃଶ୍ୟ ଏଠାରେ ଦେଖି ବାକୁ ମିଳିଛି । ଏମିତିକି ଘର ଘର ଜଳ କାର୍ୟକ୍ରମ ମଧ୍ୟ ଏହି ଗ୍ରାମରେ ବିଫଳ କହିଲେ ଅତ୍ୟୁକ୍ତି ହେବନାହିଁ । ଏଭଳି ଦୃଶ୍ୟ ଦେଖି ବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ଗ୍ରାମ ପଞ୍ଚାୟତର କିରେଝୋଲା ଗାଁ ରେ । ଏହି ଗାଁ ରେ ପାଖାପାଖି ୭୮୦ ପରିବାର ବସବାସ କରନ୍ତି । ଏହି ଗାଁରେ ପାନୀୟ ଜଳ ଉତ୍ସ କହିଲେ ୫ଟି ନଳକୂପ ରହିଛି ହେଲେ ସମସ୍ତ ନଳକୂପ ରେ ଫ୍ଲୋରାଇଡ ପାଣି ବାହାରୁ ଥିବାରୁ ଏହା ପାନୀୟ ଜଳ ରୂପେ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ପ୍ରଶାସନ ପକ୍ଷରୁ ଲାଲ ଛକି ମରାଯାଇଥିଲେ ମଧ୍ୟ ଲୋକେ ବାଧ୍ୟ ହୋଇ ସେଇ ନଳକୂପ ପାଣି ପିଉଛନ୍ତି । ଦୀର୍ଘ ୨୨ ବର୍ଷ ହେଲା ପ୍ରଶାସନିକ ଅଧିକାରୀ ସହ ନିର୍ବାଚନ ଜନ ପ୍ରତିନିଧି ମଧ୍ୟ ଏହିଁ ଗାଁ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ସମସ୍ତେ ପ୍ରତିଶୃତି ଦେଇ ଦେଇ ଦୀର୍ଘ ୨୨ ବର୍ଷ ହେଲା କିନ୍ତୁ ପିଇବା ପାଇଁ ଭଲ ପାଣି ବୁନ୍ଦାଏ ମିଳିଲା ନାହିଁ । ଏହି ଫ୍ଲୋରାଇଡ ପାଣି ପିଇବା ଦ୍ଵାରା ଗାଁ ଲୋକ କିଡନୀ ରୋଗ ରେ ଆକ୍ରାନ୍ତ ହେବା ସହ ଲୋକଙ୍କ ଗୋଡ଼ ହାତ ଦରଦ ହେଉଛି । ଛୋଟ ପିଲା ମାନଙ୍କ ଦାନ୍ତ ହଳଦିଆ ଦେଖା ଯିବା ସହ ବାସନା କୁସନ ମଧ୍ୟ କଳଙ୍କି ଲାଗୁଛି । ବର୍ତ୍ତମାନ ପାଣି ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣି ନ ଦେଲେ ଆଗାମୀ ପଞ୍ଚାୟତ ନର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏ ବିଷୟରେ ଜିଲ୍ଲା ଜଳ ପରିମଲ ବିଭାଗ ର ଗୋପାଳ ଚନ୍ଦ୍ର ନାୟକ ଙ୍କ ସହ ଯୋଗା ଯୋଗ କରିବା ରୁ ଆତି ଶୀଘ୍ର ପାଣି ଟ୍ୟାଙ୍କର ସାହାଯ୍ୟରେ ଲୋକଙ୍କୁ ପିଇବା ପାଣି ଯୋଗାଇଦିଆଯିବ ଏବଂ ଉକ୍ତ ଗାଁ ରେ ବସୁଧା ଯୋଜନା ର ଏକ ପ୍ରକଳ୍ପ ଆରମ୍ବ ହେବ ଆମେ ଡିସେମ୍ବର ମାସ ଶେଷ ସୁଦ୍ଧା ଗାଁ କୁ ପାଣି ଯୋଗାଇ ଦେମୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏବେ ଜିଲ୍ଲା ଜଳ ପରିମଳ ବିଭାଗର ଦେଇଥିବା ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଉଛି ନା କାର୍ୟକାରୀ ହେଉଛି ତା ଉପରେ ଆମର ନଜର ।