FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା
SHARE NOW :

କେନ୍ଦୁଝର , ୧୯.୯(ଲାଇଭ୍ ଓଡିଶା ନ୍ୟୁଜ୍‌/ ଦିଗାମ୍ବର ବେହେରା):ଯୋଡା ଥାନା ଅନ୍ତର୍ଗତ ୯ନଂ ୱାର୍ଡ ଠାରେ ଥିବା ଟାଟା ପ୍ରୋଜେକ୍ଟ ଶ୍ରମିକ କଲୋନୀରେ ଶୁକ୍ରବାର ରାତିରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ଉତ୍ତର ପ୍ରଦେଶର ଯୋରୁଖଣ୍ଡର ଅଜୟ କୁମାର । ସେ ଟାଟା ଷ୍ଟିଲ ଅଧୀନରେ କାର୍ଯ୍ୟରତ ଠିକା ସଂସ୍ଥା ଅନେଜା କନଷ୍ଟ୍ରକସନରେ ଜଣେ ଶ୍ରମିକଭାବେ ବହୁଦିନଧରି କାର୍ଯ୍ୟ କରିଆସୁଥିଲେ ।
ସୁଚନା ମୁତାବକ ଅଜୟଙ୍କ ଝୁଲନ୍ତା ମୃତଦେହ ସେଠାରେ ନିୟୋଜିତ କିଛି ସୁରକ୍ଷା କର୍ମୀମାନେ ଦେଖିଥିଲେ । ଏହା ପରେ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ଘଟଣା ସମ୍ପର୍କରେ ପୋଲିସ କୁ ଜଣାଇବା ପରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଟାଟା ଡାକ୍ତରଖାନାର ଶବଗୃହରେ ସଂରକ୍ଷିତର ରଖିଛି । ପୋଲିସ ଏନେଇ ଏକ କେସ୍ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏନେଇ ମୃତକଙ୍କ ପରିବାର ଲୋକଙ୍କୁ ପୋଲିସ ସୁଚନା ଦେଇଥିବା ବେଳେ ସେମାନେ ଆସିଲେ ବ୍ୟବଚ୍ଛେଦ କରାଯିବବୋଲି ପୁଲିସ ସୂଚନା ଦେଇଛି ।
ତେବେ ଆଜି ଶ୍ରମିକ ମାନଙ୍କ ମଧ୍ୟରେ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା କ୍ଷତିପୁରଣ ଦାବିକରି ଶ୍ରମିକମାନେ କାମ ବନ୍ଦ ରଖିବା ସହ କଲୋନୀର ଫାଟକକୁ ବନ୍ଦକରି ରଖିଥିଲେ ଓ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଠିକା ସଂସ୍ଥା ଏସଆଇଏସର ସୁପରଭାଇଜର ସମେତ କର୍ମଚାରୀମାନଙ୍କୁ ଗୋଟିଏ କୋଠରୀ ବନ୍ଦ କରିଦେଇଥିଲେ। ତେବେ ଏହା ଆତ୍ମହାତ୍ୟା ନୁହେଁ ହତ୍ୟା ବୋଲି ଦାବିକରିବା ସହ ଏନେଇ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଶ୍ରମିକ ମାନେ।

Leave a Reply

Your email address will not be published. Required fields are marked *

Related Posts