FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବୌଦ୍ଧ-କନ୍ଧମାଳ ଭଲିବଲ୍ ମହାକୁମ୍ଭ ଉଦ୍‌ଘାଟନ

ବୌଦ୍ଧ-କନ୍ଧମାଳ ଭଲିବଲ୍ ମହାକୁମ୍ଭ ଉଦ୍‌ଘାଟନ

ବୌଦ୍ଧ-କନ୍ଧମାଳ ଭଲିବଲ୍ ମହାକୁମ୍ଭ ଉଦ୍‌ଘାଟନ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କନ୍ଧମାଳ ସଂସଦୀୟ କ୍ଷେତ୍ରର ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୬୯ତମ ରାଜ୍ୟସ୍ତରୀୟ ଭଲିବଲ୍ ଚାମ୍ପିଅନସି ଆରମ୍ଭ ହେବାକୁ ଯାଉଛି । ଓଡି଼ଶା ସରକାର, କିଟ୍ ଓ କିସ୍ ର ଆଥିର୍କ ସହାୟତା, କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍ ଫେଡେରେସନର୍ ସଭାପତି ଅଚ୍ୟୁ ତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୬୮ ବର୍ଷ ପରେ ପ୍ରଥମ ଥର ଲାଗି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏଭଳି ଏକ ଐତିହାସିକ ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି । ଓଡି଼ଶା ଭଲିବଲ୍ ଆସୋସିଏସନ୍ ଓ ବୌଦ୍ଧ-କନ୍ଧମାଳ ଜିଲ୍ଲା ଆଥଲେଟିକ ଆସୋସିଏସନର୍ ମିଳିତ ଆନୁକୂଲ୍ୟରେ ଏହି ଭଲିବଲ୍ ମହାକୁମ୍ଭ ଅନୁଷ୍ଠିତ ହେଉଛି । ନଭେମ୍ବର ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଚାଲିବାକୁ ଥିବା ଏହି ଭଲିବଲ୍ ଚମ୍ପିଆନସ୍ (ମହିଳା ଓ ପୁରୁଷ) ଏବଂ ପ୍ରଥମ ଆର୍ନ୍ତକ୍ଲବ ପାରମ୍ପରିକ ଢାବ୍ବା ଭଲିବଲ୍ ପୁରୁଷ ପ୍ରତେିଯାଗତି । କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଟିକାବାଲି, ବାଲିଗୁଡା ଓ ରାଇକିଆଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ବୌଦ୍ଧ ଜିଲ୍ଲାର ବୌଦ୍ଧଠାରେ ମ୍ୟାଚ୍ସବୁ ଅନୁଷ୍ଠତି ହେବ । ପ୍ରଥମ ଥର ଲାଗି ଏହି ଚମ୍ପିଅନସିପ ରେ ଟମ୍ପିଅନ୍ ,ରନର୍ସଅପ୍ ଓ ତୃତୀୟ ବିଜେତା ଦଳକୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଭଲିବଲ୍ ମହାକୁମ୍ଭରେ ଓଡି଼ଶାର ୩୦ଟି ଜିଲ୍ଲା ଓ ରାଜ୍ୟର ୬ଟି ୟୁନିଟ୍ରୁ ଉଭୟ ମହିଳା ଓ ପୁରୁଷ ବରିଷ୍ଠ ବର୍ଗର ୭୨ଟିମ୍ ଭାଗ ନେଉଥିବା ବେଳେ ୧୫ଶହରୁ ଊର୍ଦ୍ଧ୍ୱ ଖେଳାଳି, ୨ଶହ କୋଚ ଓ ଅଫିସିଆଲ୍ ଯୋଗଦେବେ । ସେହି ରି ଉଭୟ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବଛାବଛା ୨୦ଟି ଢାବ୍ବା ଭଲିବଲ୍ ଦଳ ଏହି ଚମ୍ପିଅନସିପରେ ଭାଗନେବେ । ୧୧ ତାରିଖ ଉଦ୍ଘାଟନୀ ଉତ୍ସବରେ ଓଡିଶ଼।ର ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ; ପଞ୍ଚାୟତରାଜ, ଆଇନ୍ ତଥା ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା; କ୍ରୀଡ଼ା, ଯୁବସେବା ତଥା ଇଲୋକଟ୍ରୋନିକ ଓ ସୂଚନା-ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସମେତ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ, ଜିଲ୍ଲାପ୍ରଶାସନର ବରିଷ୍ଠ ପଦାଧିକାରୀ ଓ ଜିଲ୍ଲା ଆଥଲେଟିକ ଆସୋସିଏସନ୍ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେବାର କାର‌୍ୟ୍ୟକମ୍ର ରହିଛି । ସୂଚନାଯୋଗ୍ୟ, ଗତବର୍ଷ ଫେବୃଆରୀ ୨୮ରୁ ମାର୍ଚ୍ଚ ୧୫ତାରିଖ ଯାଏ କନ୍ଧମାଳ ଜିଲ୍ଲାରେ ଅନୂରୁପ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ କୋଭିଡ କଟକଣା ଯୋଗୁଁ ବାତିଲ୍ ହୋଇଥିଲା ।

Leave a Reply

Your email address will not be published. Required fields are marked *

Related Posts