FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଝଡ ପୂର୍ବର ନୀରବତା !

ଝଡ ପୂର୍ବର ନୀରବତା !

ଝଡ ପୂର୍ବର ନୀରବତା !
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ମମିତା ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ବିରୋଧୀ ରାଜରାସ୍ତାରେ । କେଉଁଠି ଜୋରଦାର ବିରୋଧ ତ ଆଉ କେଉଁଠି ନିଆଁ ଜଳୁଛି । ତେବେ ଏତେ ପରେ ବି ନବୀନ ନିରବ କାହିଁକି ? ଏ ନିରବତା ପଛର କାରଣ କଣ? ଏହା ଝଡ ପୂର୍ବର ନିରବତା ନୁହେଁ ତ ! ବିରୋଧୀ ଏହି ମାମଲାରେ ନବୀନଙ୍କୁ ଟାର୍ଗେଟ କରିପାରନ୍ତି କିନ୍ତୁ ନବୀନଙ୍କୁ ଠିକ୍ ଜଣା କେତେବେଳେ କେଉଁ ନିଷ୍ପତ୍ତି ନିଆଯାଏ ।

ନବୀନଙ୍କୁ ଭଲ ଭାବେ ଜାଣିଥିବା ଲୋକେ କୁହନ୍ତି ଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାରେ ସେ କେବେ ଅବହେଳା କରନ୍ତି ନାହିଁ । କାହା ଚାପରେ କାର୍ଯ୍ୟାନୁଷ୍ଠାନ ନେବା ନବିନଙ୍କ କାର୍ଯ୍ୟଶୈଳୀ ନୁହେଁ । କୌଣସି ଘଟଣାରେ ଯେ ପର୍ଯ୍ୟନ୍ତ ସେ ନିଜେ ନିଶ୍ଚିତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ମୁହଁ ବି ଖୋଲନ୍ତି ନାହିଁ । ଆଉ ଯଦି ସେ ସ୍ଥିର ନିଶ୍ଚିତ ହୋଇଯାଆନ୍ତି ତେବେ ଆକ୍ସନ ନେବାରେ ହେଳା କରନ୍ତି ନାହିଁ ।

ନବିନଙ୍କ ଟ୍ରାକ୍ ରେକର୍ଡ ଦେଖିଲେ ଯେ କେହି ବି ବୁଝିଯିବ ଯେ ଆକ୍ସନ ନେବାରେ ସେ କେତେ ମାହିର । କାହାକୁ ଘଣ୍ଟ ଘୋଡାଇବା କି ପ୍ରିୟାପ୍ରୀତି ପୋଷଣ କରିବା ତାଙ୍କ ଜାତକରେ ନାହିଁ । ଦୁର୍ନୀତି ହେଉ କି ମହିଳାଙ୍କ ସୁରକ୍ଷା ଅବା ହେଉ ବିଧାୟକଙ୍କ ବ୍ୟବହାର ସବୁ ଥିରେ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି । ନେତା ଜନତା ଉଭୟଙ୍କୁ ଗୋଟିଏ ନିକିତିରେ ତଉଲନ୍ତି । ତେଣୁ ନବୀନଙ୍କ ବିଚାର ଆଗରେ ଦୋଷୀ ଛାଡପାଇଯିବ ଏକଥା ଭାବିବା ସବୁଠୁ ବଡ ମୁର୍ଖାମୀ ।

ମହିଳାଙ୍କ ସମ୍ମାନ ଓ ସୁରକ୍ଷା କଥା କେବେଳ ଭାଷଣବାଜୀ ନୁହେଁ ଏହା ନବୀନଙ୍କର ଜନତା ପ୍ରତିଥିବା କମିଟମେଣ୍ଟ । ବେବିନା ଘଟଣାରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀପଦରୁ ବିଦା କରିବା ଦେଉ କି ଦୁର୍ନୀତି ଓ ଜନବିରୋଧୀ କାମରେ ନିଜର ଏକାନ୍ତ ଅନୁଗତ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲ ପଠାଇବା କିମ୍ବା ଚାପୁଡଟିଏ ମାରିବା ଘଟଣାରେ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ବିଦା କରିବା ସବୁ ନବୀନ କରିଛନ୍ତି । ତେଣୁ ମମିତା ଘଟଣାରେ ନବୀନଙ୍କ ଆଖରୁ ଦୋଷୀ ଖସିଯିବ ତାହା ଭାବିବା ଭୁଲ । ସେ କ୍ୟାପଟେନ ହୁଅନ୍ତୁ କି କେଉଁ କରିତକର୍ମା ନେତା କିଞ୍ଚିତ ପ୍ରମାଣ ମିଳିଲେ ନବିନ କାହାକୁ ଛାଡିବେ ନାହିଁ ।

Leave a Reply

Your email address will not be published. Required fields are marked *

Related Posts