ବିଶ୍ୱ ସିଓପିଡି ଦିବସ

SHARE NOW :
ଭୁବନେଶ୍ୱର (ଲାଇଭଓଡିଶା ବ୍ୟୁରୋ): ଦୀର୍ଘକାଳୀନ ଶ୍ୱାସ ଅବରୋଧକାରୀ ରୋଗକୁ ଅବେହଳା କରିବା ଉଚିତ ନୁହେଁ କାଶ ଓ କଫ ଦୀର୍ଘ ଦିନ ଧରି ଲାଗି ରହିଲେ, କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନଭୁବ କଲେ ତାହାକୁ ଅଣଦେଖା କରିବା ଉଚତି ନୁହେଁ । ପରବର୍ତ୍ତୀ ସମୟରେ ଏହା ଦୀର୍ଘ କାଳୀନ ଶ୍ୱାସ ଅବରୋଧକାରୀ ରୋଗରେ ପରିଣତ ହୋଇ ଜୀବନ ପ୍ରତି ଘାତକ ସାବ୍ୟସ୍ତ ହୋଇଥାଏ ବୋଲି କିମସ୍ ର ଶ୍ୱାସରୋଗ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ବିଶେଷ କରି କୋଭିଡ୍ ପରବର୍ତ୍ତୀ ସମୟରେ ଏହି ରୋଗ ପ୍ରତି ସର୍ତକ ଓ ସଚେତନତାର ଆବଶ୍ୟକତା ରହିଛି । ବିଶ୍ୱ ସିଓପିଡି (କ୍ରୋନିକ୍ ଅବଷ୍ଟ୍ରକଟିଭ ପଲମୋନାରୀ ଡିଜିଜ୍) ଦିବସ ଅବ୍ୟବହିତ ପୂର୍ବରୁ ଏହି ରୋଗ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କିମ୍ସର ବିଭାଗୀୟ ବିଶେଷଜ୍ଞ ଡା. ଅମୃତ ମହାପାତ୍ର କହିଲେ, ଦୀର୍ଘ କାଳୀନ କାଶ ଓ କଫ, ଛାତି ଜାତି ହେବା ପରି ଲାଗିବା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନଭୁବ କରିବା ହେଉଛି ସିଓପିଡି ରୋଗର ଲକ୍ଷଣ । ଯେଉଁମାନେ ଅତ୍ୟଧିକ ଧୂମ୍ର ପାନ ନ କରିଥାନ୍ତି କିମ୍ବା ଧୂମ୍ର ପାନ କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି ଏବଂ କଳକାରଖାନାରୁ ନଗି ର୍ତ ବଷି ।କ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିଥାନ୍ତି ସେମାନେ ସାଧାରଣତ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହା ଛଡା଼ ଗ୍ରା ମାଞ୍ଚଳରେ କାଠ ଓ ଘଷି ଜାଳେଣିରୁ ନିର୍ଗତ ଧୂଆଁ ଯୋଗୁଁ ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । ସାଧାରଣତଃ ୪୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ସିଓପିଡି ରୋଗର ସମ୍ଭବନା ଅଧିକ ଦେଖାଦେଇଥାଏ । ବିଶ୍ୱରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ୬ ପ୍ରତିଶତ ଲୋକ ସିଓପିଡି ରୋଗରେ ମୃତ୍ୟୁବରଣ କରୁଥିବା ଜଣାପଡ଼ିଛି । ଗ୍ଲୋବାଲ୍ ବଡର୍ଣ୍ଣ ଅଫ୍ ଡିଜିଜ୍ ଅନୁସାରେ ଭାରତରେ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି ସିଓପିଡି । କିନ୍ତୁ ପ୍ରଥମରୁ ଏହି ରୋଗର ଚିକିତ୍ସା କରାଗଲେ ରୋଗୀ ସୁସ୍ଥ ହୋଇଥାଏ ବୋଲି ଡା. ମହାପାତ୍ର କହିଛନ୍ତି । ଏହି ରୋଗ ଯଦି ପ୍ରାଥମିକ ଅବସା୍ଥ ରେ ଥାଏ, ତେବେ ରୋଗୀ ଘରେ ଥାଇ ଏହାର ଚିକିତ୍ସା ଓ ଖାଦ୍ୟ ପାନୀୟରେ ନିୟନ୍ତ୍ରଣ କରି ରୋଗର ଉପଶମ ପାଇ ପାରିଥାଏ । ତେଣୁ ଧୂମ୍ରପାନ ନ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଦୂରରେ ରହିବା ସହ କଳକାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍ଠାରୁ ଦୂରେଇ ରହିବାକୁ କିମସ୍ ବିଶେଷଜ୍ଞମାନେ କହିଛନ୍ତି । ଏହି ସାମ୍ବାଦିକ ସମ୍ମଳି ନୀରେ କିମସ୍ ପଲମୋନାରୀ ବିଭାଗ ମୁଖ୍ୟ ଡା. ସି. ଏମ୍. ରାଓଙ୍କ ସମେତ ଡା. ପି. ସିଂହ, ଡା ଦେବାଶିଷ ବେହେରା ଓ ଡା. ଏସ୍ ଆର୍ ପାଣିଗ୍ରାହୀ ପ୍ରମୁଖ ଉପସି୍ଥତ ରହି ଲୋକମାନେ କୋଭିଡ୍ ପରବର୍ତ୍ତୀ ସମୟରେ ଏହି ରୋଗ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।