- Home
- »
- Breaking News
- »
- ସୋନପୁର ଗଡଜାତର ସମସ୍ତ ଶକ୍ତିପୀଠରେ ଚାଲିଛି ମା’ଙ୍କର ପୂଜାର୍ଚ୍ଚନା
ସୋନପୁର ଗଡଜାତର ସମସ୍ତ ଶକ୍ତିପୀଠରେ ଚାଲିଛି ମା’ଙ୍କର ପୂଜାର୍ଚ୍ଚନା

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୋନପୁର ଗଡଜାତର ଚାରିଆଡେ ଚାଲିଛି ଶକ୍ତି ଆରାଧନା ।ସହରର ଅଷ୍ଟଚଣ୍ଡୀଙ୍କ ମନ୍ଦିର ସମେତ ସବୁ ଦେବୀ ପୀଠରେ ଷୋଡଶ ଉପଚାର ପୂଜା ବିଧି ଓ ଦେବୀଙ୍କ ଭିନ୍ନ ଭିନ୍ନ ବେଶ କରାଯାଉଛି ।ଏହି ବେଳାରେ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା ମେଟାକାନୀଙ୍କ ମନ୍ଦିରରେ ବି ଚଣ୍ଡୀପାଠର ଆୟୋଜନ କରାଯାଇଛି ।ତିନିଦିନ ଧରି ଏହି ଚଣ୍ଡୀପାଠ କାର୍ୟ୍ୟକ୍ରମ କରାଯିବ ।ତେବେ ବହୂ ଦୂରଦୂରାନ୍ତରୁ ମା ମେଟାକାନୀଙ୍କ କୃପା ଲାଭ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ସମାଗମ ହେଉଛି ଏହି ପୀଠରେ ।ଉଲୁଣ୍ଡା ବ୍ଳକ ସିଂହାସନ ଜଂଗଲର ପାଦ ଦେଶରେ କାହିଁ କେତେ ଦିନରୁ ପୂଜା ପାଇ ଆସୁଥିବା ମା ମେଟାକାନୀଙ୍କ ଆଶିଶ ଲାଭ କରିବା ସହିତ ପ୍ରକୃତି କୋଳରେ କିଛି ସମୟ ଅତିବାହିତ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।ପ୍ରାକୃକିକ ଶୋଭାରାଜିରେ ଭରପୁର ଏହି ପୀଠରେ ଦେବୀ ଦର୍ଶନ ସାଂଗକୁ ଛୁଟି ଦିନରେ ବଣଭୋଜିର ମଜା ନେବା ପାଇଁ ଜିଲ୍ଲା ତଥା ପଡୋଶୀ ଜିଲ୍ଲାଗୁଡିକରୁ ଭକ୍ତଙ୍କ ସୂଅ ଛୁଟୁଛି ।ତେବେ ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦେବୀ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।କୋଭିଡ ନିୟମ ପାଳନ କରିବା ପାଇଁ ମନ୍ଦିର କମିଟି ଓ ସେବାୟତମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସୂଚନା ପ୍ରଦାନ କରାଯାଇଛି ।ସେବାୟତମାନେ ହାତ ସାନିଟାଇଜ କରିବା ସହିତ ମାକ୍ସ ବ୍ୟବହାର କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ପରାମର୍ଶ ଦେଉଛନ୍ତି ।ଯଦିଓ ବିଗତ ବର୍ଷମାନଙ୍କ ପରି ସେତେଟା ଶ୍ରଦ୍ଧାଳୁଙ୍କ ସମାଗମ ହୋଇନାହିଁ ,ତଥାପି ଦୈନିକ ହଜାର ହଜାର ଭକ୍ତ ପାହାନ୍ତିଆରୁ ସଂଜଯାଏଁ ଦେବୀଙ୍କ ଦର୍ଶନ କରିବା ପାଇଁ ଲମ୍ବା ଧାଡିରେ ଠିଆ ହେବା ଦେଖିବାକୁ ମିଳୁଛି ।ତେବେ ଏହି ପୀଠରେ ଦଶରା ପୂଜା ପାଳନ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ୟ୍ୟାୟରେ ପହଂଚିଛି ।