ଗଠନ ହେବ ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ
ରାଜ୍ୟରେ କ୍ଷେତ୍ରୀୟ ଅସାମଞ୍ଜସ୍ୟ ଦୂର କରିବା ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହାସହିତ ସ୍ୱତନ୍ତ୍ର ପ୍ୟାକେଜ ତୁଳନାରେ ଓଡ଼ିଶାକୁ ଚଳିତ କେନ୍ଦ୍ରୀୟ ବଜେଟରେ ଅଧିକ ପରିମାଣର ଅର୍ଥ ବରାଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବିରୋଧୀ ଦଳ ସଦସ୍ୟମାନଙ୍କୁ କଡ଼ା ଜବାବ ଦେଇଛନ୍ତି । ବିଧାନସଭାରେ ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ