
ଜୀବନଚର୍ଯ୍ୟା
ହଜି ଯାଉଅଛି ବୁଢ଼ା ବରଗଛ
ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ । ଏହାକୁ ବଟବୃକ୍ଷ ବୋଲି କୁହାଯାଏ । ଉଦ୍ଭିଦବିଜ୍ଞାନ ର ନାମାନୁସାରେ ଏହାକୁ ଫାଇକସ ବେଙ୍ଘାଲେନସିସ( Ficus Benghalensis) କୁହାଯାଏ ।ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲାପରେ ଏହାର ଡାଳରୁ ଓହଳ ବାହାରି ମାଟିରେ ଲାଗିଯାଏ । ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗ କାଳରେ ପ୍ରତି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବର ବୃକ୍ଷ