କ୍ରୀଡା
ପୁରୁଷ ହକି ଟିମର ବିଜୟ ଧାରା ଜାରି
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟ ଧାରା ଜାରି ରହିଛି। ଆଜି ଦଳ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡକୁ ୨-୦ ଗୋଲରେ ହରାଇଛି। ଦଳ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି। ପ୍ରଥମ ମ୍ୟାଚ୍ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଓ ଦ୍ୱିତୀୟ ମ୍ୟାଚ୍ରେ ଆର୍ଜେଣ୍ଟିନା ସହ ସ୍ଥିତି ଡ୍ର ରଖିଥିଲା। ଏବେ ଭାରତ ତା’ର ପରବର୍ତ୍ତୀ ଦୁଇଟି ମୁକାବିଲାରେ ବେଲଜିୟମ ଓ ଅଷ୍ଟ୍ରେଲିଆକୁ ଭେଟିବ। ଆଜିର ମ୍ୟାଚ୍ରେ ଭାରତ ଆରମ୍ଭରୁ ହିଁ ଆୟର୍ଲ୍ୟାଣ୍ଡ ଉପରେ