ତାଜା ଖବର
ତାଳ ଗଛ ଲଗାଇବା ପାଇଁ ୭ କୋଟି ଟଙ୍କା
ଭୁବନେଶ୍ୱର : ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢ଼ି ଚାଲିଥିବାରୁ ତାଳ ଗଛ ଲଗାଇବା ପାଇଁ ରାଜ୍ୟ ସରକାର ୭ କୋଟି ଟଙ୍କା ବନ ବିଭାଗକୁ ଦେଇଛନ୍ତି । ଆଜି ବିଧାନସଭା ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ପାଖରେ ଯଥେଷ୍ଟ ପାଣ୍ଠି ଅଛି। ବର୍ତମାନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ୨୩୦୦ କୋଟି ଟଙ୍କା