ତାଜା ଖବର
ୱାକଫ୍ ଆଇନରେ ସଂଶୋଧନ ହେବାର ସମ୍ଭାବନା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ସପ୍ତାହରେ ୱାକଫ୍ ବୋର୍ଡର କ୍ଷମତା ଏବଂ କାର୍ଯ୍ୟକାରିତାରେ ସଂଶୋଧନ ସମ୍ବନ୍ଧୀୟ ଏକ ବିଲ୍ ସଂସଦରେ ଆଗତ କରିପାରନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋଦୀ ସରକାର କୌଣସି ସମ୍ପତ୍ତିକୁ ‘ଓ୍ଵାକଫ୍ ସମ୍ପତ୍ତି’ କରିବା ନେଇ ପରିବର୍ତ୍ତନ ଆଣିପାରନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କ୍ୟାବିନେଟ୍ ୱାକଫ୍ ଆଇନରେ ପ୍ରାୟ ୪୦ଟି ସଂଶୋଧନକୁ ଅନୁମୋଦନ କରିଛି। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୱାକଫ୍ ବୋର୍ଡ ଦ୍ୱାରା କରାଯାଇଥିବା ସମ୍ପତ୍ତି ଉପରେ ଦାବିକୁ ବାଧ୍ୟତାମୂଳକ