FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମାଟି ଅତଡା ଖସି ରାସ୍ତା ଅବରୋଧ, ଜାରି ରହିଛି ସ୍ଥାନାନ୍ତରଣ

ମାଟି ଅତଡା ଖସି ରାସ୍ତା ଅବରୋଧ, ଜାରି ରହିଛି ସ୍ଥାନାନ୍ତରଣ

ମାଟି ଅତଡା ଖସି ରାସ୍ତା ଅବରୋଧ, ଜାରି ରହିଛି ସ୍ଥାନାନ୍ତରଣ
SHARE NOW :

ପାରଳାଖେମୁଣ୍ଡି(ଲାଇଭ୍ ଓଡିଶା ନ୍ୟୁଜ୍‌) ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଫଳରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ମାଟି ଅତଡ଼ା ଧସିଛି ଓ ରାସ୍ତା ଅବରୋଧ ହୋଇଛି । ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରଶାସନ ନଜର ରଖିଛି ।


ବାତ୍ୟାରେ ଗୋଷାଣୀ ଓ ରାୟଗଡ଼ ବ୍ଲକ ବେଶି ପ୍ରଭାବିତ ହେବା ସମ୍ଭାବନା ରହିଛି । ଜିଲ୍ଲାର ୩୮ ପ୍ରଭାବିତ ଗାଁରୁ ୧୬ ଶହ ୩୭ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଗୋଷାଣୀରୁ ୪୦ ଜଣ, ଗୁମ୍ମାରୁ ୧୮୫ ଜଣ, କ୍ରିଷ୍ଣାନଗରରୁ ୯୦ ଜଣ, ମୋହନାରୁ ୩୫୭ ଜଣ, ନୂଆଗଡ଼ରୁ ୯୩ ଜଣ, ରାୟଗଡ଼ରୁ ୮୪୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।


ସୁଚନା ଅନୁସାରେ ବାତ୍ୟା ‘ଗୁଲାବ’ପାଇଁ ଗଜପତି ଜିଲ୍ଲାରେ ୩ ଓଡ୍ରାଫ ଟିମ୍ ପହଞ୍ଚି ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ୩ଟି ଓଡ୍ରାଫ୍ ଟିମକୁ ପ୍ରଶାସନ ପକ୍ଷରୁ ମୁତୟନ କରାଯାଇଛି । ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଖୋଲି କର୍ମଚାରୀ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

Leave a Reply

Your email address will not be published. Required fields are marked *

Related Posts