- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ମୁଣ୍ଡବିନ୍ଧାର କାରଣ ସାଜିଲାଣି ତୈଳଦର
ମୁଣ୍ଡବିନ୍ଧାର କାରଣ ସାଜିଲାଣି ତୈଳଦର

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ଦେଶରେ କ୍ରମାଗତ ଭାବେ ବଢିଚାଲିଛି ତୈଳଦର । ଏବେ ପର୍ଯ୍ୟନ୍ତ ମଧ୍ୟ ଦେଶ ସମ୍ପୂର୍ଣ୍ଣ ଭାବେ କରୋନା ସଂକ୍ରମଣରୁ ମୁକ୍ତି ପାଇନାହିଁ । ଏହାରି ଭିତରେ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି ପେଟ୍ରୋଲ ଓ ଡିଜେଲ ଦର । ଲଗାତାର ସପ୍ତମ ଦିନ ପାଇଁ ପୁଣି ବଢିଛି ପେଟ୍ରୋଲ-ଡିଜେଲ ଦର । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୦ ପଇସା ବୃଦ୍ଧି ପାଇଁ ଲିଟର ପିଛା ଦର ୧୦୪ ଟଙ୍କା ୪୪ ପଇସାରେ ପହଞ୍ଚିଛି । ଡିଜେଲ ୩୫ ଟଙ୍କା ବୃଦ୍ଧି ପାଇଁ ୯୩ ଟଙ୍କା ୧୭ ପଇସାରେ ପହଞ୍ଚିଛି । ସେହିଭଳି ମୁମ୍ବାଇର ପେଟ୍ରୋଲ ଦର ୧୧୦ ଟଙ୍କା ୪୧ ପଇସା ଥିବାବେଳେ ଡିଜେଲ ଦର ୧୦୧ ଟଙ୍କା ୩ ପଇସା ରହିଛି ।
ଗତକାଲି ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିଲା । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୫ ପାର ହୋଇଥିବା ବେଳେ ମାଲକାନଗିରିରେ ଦର ୧୧୦ ଟଙ୍କା ୫୮ ପଇସା ଛୁଇଁଥିଲା । ତୈଳ ଦର ବୃଦ୍ଧି ନେଇ ସାରା ଦେଶରେ ଏକ ଅସନ୍ତୋଷ ଦେଖାଦେଇଛି । ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି ।