FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଆସନ୍ତା ସପ୍ତାହରେ ୬ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ

ଆସନ୍ତା ସପ୍ତାହରେ ୬ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ

ଆସନ୍ତା ସପ୍ତାହରେ ୬ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ କାମ ବାକି ରହିଯାଇଛି , ତେବେ ତାହା ଶୀଘ୍ର କରିଦିଅନ୍ତୁ । କାରଣ ଆସନ୍ତା ସପ୍ତାହରେ ୬ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଆସନ୍ତା ସୋମବାର ଠାରୁ ୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୧୮ରେ ଆସାମ ଗୌହାଟୀରେ କଟି ବିହୁ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୧୯ରେ ନୂଆଦିଲ୍ଲୀ, ଭୋପାଳ, ଅହମ୍ମଦାବାଦ, ବେଲାପୁର, ଚେନ୍ନାଇ, ଡେରାଡୁନ୍, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ମୁମ୍ବାଇ, ନାଗପୁର, ରାୟପୁର, ରାଞ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମ୍ରେ ଇଦ୍-ଇ-ମିଲାଦ ପାଇଁ ବ୍ୟାଙ୍କ ବନ୍ଦ ରହିବ ।


ସେହିପରି ଅକ୍ଟୋବର ୨୦ରେ ବାଲ୍ମିକୀ ଜୟନ୍ତୀ ଯୋଗୁ ବେଙ୍ଗାଲୁରୁ, ଚଣ୍ଡିଗଡ଼, ଶିମଲା, କୋଲକାତା ଏବଂ ଅଗରତାଲାରେ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୨୨ରେ ଇଦ୍-ଇ-ମିଲାଦ-ଉଲ୍-ନାବି ପାଇଁ ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ସେବା ବନ୍ଦ ରହିବ । ଅକ୍ଟୋବର ୨୩ରେ ଚତୁର୍ଥ ଶନିବାର ଓ ଅକ୍ଟୋବର ୨୪ରେ ରବିବାର ଯୋଗୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *

Related Posts