FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ସେ ଆମର କେହି ନୁହଁନ୍ତି, ନାହିଁ ରକ୍ତର ସମ୍ପର୍କ ତଥାପି ଆମ ପାଇଁ ଦିଏ ବଳିଦାନ

ସେ ଆମର କେହି ନୁହଁନ୍ତି, ନାହିଁ ରକ୍ତର ସମ୍ପର୍କ ତଥାପି ଆମ ପାଇଁ ଦିଏ ବଳିଦାନ

ସେ ଆମର କେହି ନୁହଁନ୍ତି, ନାହିଁ ରକ୍ତର ସମ୍ପର୍କ ତଥାପି ଆମ ପାଇଁ ଦିଏ ବଳିଦାନ
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ): ସେ କେହି ନୁହେଁ, ନା ଅଛି ରକ୍ତର ସମ୍ପର୍କ ତଥାପି ଆମ ପାଇଁ ବଳିଦାନ ଦେଇଦିଅନ୍ତି । ସମୟ କ୍ରମେ ସେହି ପାଲଟି ଯାଆନ୍ତି ଆମର ପ୍ରକୃତ ବନ୍ଧୁ । ଜୀବନ ଯୁଦ୍ଧ ଯେତେବେଳେ ଆମେ ଛିଡା ହେବାକୁ ସକ୍ଷମ ପାଇ ନଥାଉ ସେହି ଆମକୁ ହସି ହସି ଆଗକୁ ବଢାଇବା ପାଇଁ ପ୍ରୟାସ କରିଥାଏ । ଆଉ ସେହି ହସରେ ନୂତନ ଜୋସ୍ ଭରିବା ସହିତ ଆଗକୁ ବଢିବାକୁ ପ୍ରେରଣା ଭରିଦିଏ । ସୁଖ ଦୁଃଖ ସାଥି ବନ୍ଧୁଟିଏ ପାଇଁ ବନ୍ଧୁତା ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ସ୍କୁଲ କଲେଜରୁ ଆରମ୍ଭ କରି ପାର୍କ ମଲ ଆଦିରେ ବନ୍ଧୁମାନଙ୍କ ଭିଡ଼ ଜମିଥାନ୍ତା । କିଏ ଉପହାର ଦେଇ ବନ୍ଧୁତାର ପୁରୁଣା ସ୍ମୃତିକୁ ମନେ ପକାଇଥାନ୍ତା ତ ଆଉ କିଏ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ ବାନ୍ଧି ଶୁଭେଚ୍ଛା ଜଣାଇଥାନ୍ତା । ପୁଣି କିଏ କେକ୍‌ କାଟି ବନ୍ଧୁତା ଦିବସକୁ ଧୁମ୍‌ଧାମରେ ପାଳନ କରିଥାନ୍ତା । ହେଲେ ମହାମାରୀ କରୋନା ବନ୍ଧୁତାର ସମ୍ପର୍କ ମଧ୍ୟରେ ଏକ ସୀମାରେଖା ଟାଣି ଦେଇଛି ।

ଦୁଇ ବର୍ଷ ହେଲା ବନ୍ଧୁମାନଙ୍କୁ ଏକାଠି କରାଇ ଦେଉନି । ତଥାପି ପ୍ରକୃତ ବନ୍ଧୁତାକୁ ମାଟିରେ ମିଶାଇପାରିନି । ଆଜି ହେଉଛି ସେହି ବନ୍ଧୁତା ଦିବସ । ପୁରୁଣା ବନ୍ଧୁଙ୍କୁ ମନେପକାଇବାକୁ ଆସିଛି ପୁଣି ଏକ ସୁଯୋଗ । ବନ୍ଧୁତା ରକ୍ତର ସମ୍ପର୍କକୁ ବି ପଛରେ ପକେଇ ଦିଏ । ପରିବାରର ମୋହମାୟାଠୁ ଢେର ଉପରେ ଏ ସମ୍ପର୍କ । କେଉଁଠି ତ୍ୟାଗର ଉଦାହରଣ ପାଲଟିଛି ତ ଆଉ କେଉଁଠି ସଫଳତାର ପରିଭାଷା ସାଜିଛି ବନ୍ଧୁତା ।

Leave a Reply

Your email address will not be published. Required fields are marked *

Related Posts