FOLLOW US ON SOCIAL

  1. Home
  2. »
  3. Uncategorized
  4. »
  5. ଅସହ୍ୟ ହେଉଛି ଶୀତ

ଅସହ୍ୟ ହେଉଛି ଶୀତ

SHARE NOW :

ଭୁବନେଶ୍ୱର (ଲାଇଭଓଡ଼ିଶା ବ୍ୟୁରୋ) : ରାଜ୍ୟରେ କମୁଛି ତାପମାତ୍ରା । ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ଘଟିଛି । ଏହା ସହିତ ଉତ୍ତର ଦିଗରୁ ଶୁଖିଲା ପବନ ବହୁଛି । ଯାହା ରାଜ୍ୟରେ ତାପମାତ୍ରା କମିବାରେ ସହାୟକ ହେଉଛି । ଅଧିକାଂଶ ଜିଲ୍ଲାରେ ପାଗ କୋହଲା ରହିବା ସହିତ ସକାଳୁ ସକାଳୁ ଘନ କୁହୁଡ଼ି ମାଡ଼ି ଆସୁଛି ।

ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ରେକର୍ଡ ତାପମାତ୍ରା ହ୍ରାସ ପାଇଛି । ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । କେବଳ ପାହାଡିଆ ଅଞ୍ଚଳ ନୁହେଁ ସମତଳ ଅଞ୍ଚଳରେ ମଧ୍ୟ ପାରା କମିବାରେ ଲାଗିଛି । ସ୍ବାଭାବିକଠାରୁ ୪ ରୁ ୫ ଡିଗ୍ରୀ ପର‌୍ୟ୍ୟନ୍ତ ଖସିଛି ପାରା । ଅନ୍ୟପଟେ ଦାରିଙ୍ଗବାଡି ତାପମାତ୍ରା ସର୍ବନିମ୍ନ ରହିଛି । ବାଲିଗୁଡ଼ା, କ.ନୁଆଗାଁ, ତୁମୁଡ଼ିବନ୍ଧ, ବେଲଘର, କୋଟଗଡ଼ ଆଦି ଅଞ୍ଚଳରେ ତାପମାତ୍ରା କମିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଆଗକୁ ଆହୁରି ତାପମାତ୍ରା କମିବା ସହିତ ଶୀତର ପ୍ରକୋପ ବଢିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *

Related Posts