- Home
- »
- Uncategorized
- »
- ଏୟାର୍ ଇଣ୍ଡିଆ କୁ ଟାଟାର ଭବ୍ୟ ସ୍ୱାଗତ
ଏୟାର୍ ଇଣ୍ଡିଆ କୁ ଟାଟାର ଭବ୍ୟ ସ୍ୱାଗତ

SHARE NOW :
ନୂଆଦିଲ୍ଲୀ(ଲାଇଭ୍ ଓଡିଶା ନ୍ୟୁଜ୍): ଦୀର୍ଘ ୬୭ ବର୍ଷ ପରେ ପୁଣି ଥରେ ଘରୋଇ ସଂସ୍ଥା ଟାଟା ହାତକୁ ଗଲା ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ । ଟାଟା ସନ୍ସ କମ୍ପାନିସମୂହ ସେପ୍ଟେମ୍ବର ୧୫ ତାରିଖରେ ଏୟାର୍ ଇଣ୍ଡିଆର ଚୂଡ଼ାନ୍ତ ନିଲାମ ପାଇଁ କାଗଜପତ୍ର ଦାଖଲ କରିଥିଲା। ‘ଏୟାର୍ ଇଣ୍ଡିଆ’ ନିଲାମ ଧରିବା ଲାଗି ‘ସ୍ପାଇସ୍ଜେଟ୍’ର ପୃଷ୍ଠପୋଷକ ଅଜୟ ସିଂହ ମଧ୍ୟ ଆବେଦନ କରିଥିଲେ। କିନ୍ତୁ, ‘ଏୟାର୍ ଇଣ୍ଡିଆ’କୁ ଅକ୍ତିଆର କରିବା ଲାଗି ଟାଟା ସନ୍ସ ଅଧିକ ମୂଲ୍ୟ ଉଲ୍ଲେଖ କରିଥିବା ଜଣାପଡିଛି ।
୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା । ସେତେବେଳେ ଟାଟା ଗ୍ରୁପର ମୁଖ୍ୟ ଜେ.ଆର.ଡି ଟାଟା ଏହାର ଫାଉଣ୍ଡର ଥିଲେ । ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା ଏବଂ ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା । କିନ୍ତୁ ଏବେ ଦୀର୍ଘ ୬୭ ବର୍ଷ ପରେ ପୁଣି ସେହି ସଂସ୍ଥାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ ।
୨୦୦୭ ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରେ ଏହା କ୍ଷତିରେ ଚାଲିବା ଆରମ୍ଭ କରିଥିଲା । ୩୧ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ମୋଟ ୬୦,୬୭୪ କୋଟି ଟଙ୍କା ଋଣ ଥିଲା । ଏହାସହ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନୀ ମୋଟ ୬୦.୦୭୪ କୋଟି ଟଙ୍କା ଋଣ କରିଥିଲା । ତେଣୁ ଏହାକୁ ନିଲାମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏବେ ଟାଟା ଗ୍ରୁପ ଏହାକୁ ନେବା ପରେ ମୋଟ ୨୩,୨୮୬.୫ କୋଟି ଟଙ୍କାର ଋଣ ବୋଝ ଉଠାଇବାକୁ ପଡିବ ବୋଲି ଜଣାପଡିଛି ।