FOLLOW US ON SOCIAL

  1. Home
  2. »
  3. Uncategorized
  4. »
  5. ଚିତରଞ୍ଜନ ପଲେଇ ମୃତ୍ୟୁକୁ ନେଇ ରୁଜୁ ହୋଇଛି ହତ୍ୟା ମାମଲା

ଚିତରଞ୍ଜନ ପଲେଇ ମୃତ୍ୟୁକୁ ନେଇ ରୁଜୁ ହୋଇଛି ହତ୍ୟା ମାମଲା

SHARE NOW :

ଲାଇଭଓଡିଶା ବ୍ୟୁରୋ : ଚିତରଞ୍ଜନ ପଲେଇ ମୃତ୍ୟୁକୁ ନେଇ ରୁଜୁ ହୋଇଛି ହତ୍ୟା ମାମଲା । ମାମଲାର ତଦନ୍ତ ପାଇଁ ଆଜି ପୁରୀ ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଡିଜିପିଙ୍କ ନିର୍ଦ୍ଦେଶ ପରେ ୪ ଜଣିଆ ଟିମ୍ ଗଠନ ହୋଇଛି । କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ସବୁ ଦିଗକୁ ନେଇ ତଦନ୍ତ କରାଯିବ । ଆଜି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି । ୧୧ ତାରିଖରେ ଭୋଜି ଖାଇବାକୁ ଯାଇ ଘରକୁ ଫେରିନଥିଲେ ଚିତରଂଜନ ପଲେଇ ।୧୩ ତାରିଖ ଦିନ ତାଙ୍କ ମୃତ ଦେହ ପୁରୀ ନୂଆ ନଈ ନିକଟରୁ ଉଦ୍ଧାର କରାଯାଇଥିଲା । ସଂଜୟ ଦାସବର୍ମାଙ୍କ ସହ ପରିବାର ସଦସ୍ୟ ଗତକାଲି ପୁରୀ ଏସ୍ପିଙ୍କୁ ଭେଟିଥିଲେ । ଘଟଣାର କ୍ରାଇମ୍ବ୍ରାଂଚ ତଦନ୍ତ ଦାବି କରିଥିଲେ ପରିବାର ଲୋକେ । ହତ୍ୟା ପଛରେ ଚିତରଞ୍ଜନଙ୍କ ଘନିଷ୍ଠ ବନ୍ଧୁ ଜଗନ୍ନାଥ ଷଡଙ୍ଗୀର ହାତ ରହିଥିବା ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।ସଂଜୟଙ୍କ ପିଏସଓଙ୍କ ସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିବା ବେଳେ ଏପର‌୍ୟ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ । ଜଗନ୍ନାଥର ବୟାନରେ ତାଳମେଳ ରହୁନଥିବା ଜଣାପଡିଛି । ଅତ୍ୟଧିକ ନିଶାରେ ଥିବାରୁ ସେ କିଛି ଜାଣିପାରି ନଥିବା କହୁଛି ।

Leave a Reply

Your email address will not be published. Required fields are marked *

Related Posts