- Home
- »
- Uncategorized
- »
- ଟାଇମସ୍ ଆୱାର୍ଡ୍ସ ଏସିଆ ୨୦୨୧ ପୁରସ୍କାର କିଟ୍କୁ ଲିଡରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍ ଅଫ୍ ଦି ଇଅର ପୁରସ୍କାର
ଟାଇମସ୍ ଆୱାର୍ଡ୍ସ ଏସିଆ ୨୦୨୧ ପୁରସ୍କାର କିଟ୍କୁ ଲିଡରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍ ଅଫ୍ ଦି ଇଅର ପୁରସ୍କାର
SHARE NOW :
ଭୁବନେଶ୍ୱର (ଲାଇଭଓଡ଼ିଶା ବ୍ୟୁରୋ ): ବିଶ୍ୱସ୍ତରରେ କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର । ମଙ୍ଗଳବାର
ଟାଇମ୍ସଶ ହାଇଅର୍ ଏଜୁକେସନ୍ ପକ୍ଷରୁ ‘ଆୱାର୍ଡ୍ସ ଏସିଆ ୨୦୨୧’ ପୁରସ୍କାର ଘୋଷଣା କରାଯାଇଥିବା । ବେଳେ ସମଗ୍ର
ଭାରତ ତଥା ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ଏହି ଗୌରବର ଅଧିକାରୀ ହୋଇଛି । ଟାଇମ୍ସର
ହାଇଅର ଏଜୁକେସନ୍ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟକୁ ‘ଲିଡର୍ସି ପ୍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍ ଅଫ୍ ଦି ଇଅର୍’ ଭାବେ ପୁରସ୍କୃତ
କରାଯାଇଛି । ଲଗାତାର ଦ୍ୱିତୀୟ ବର୍ଷ ପାଇ କିଟ୍ ବିଶ୍ୱବିଦ୍ୟାଳୟ ଟାଇମସ୍ ଆୱାର୍ଡସ୍ ଏସିଆ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି । ଗତବର୍ଷ ଟାଇମସ୍ ହାଇଅର ଏଜୁକେସନ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟ “ୱାର୍କପ୍ଳେସ୍ ଅଫ ଦି ଇଅର’ କ୍ୟାଟେଗୋରୀରେ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଯେକୌଣସି ଆପତକାଳୀନ ପରିସ୍ଥିତିର ସାମ୍ନା କରିବ । ଅପହଂଚଙ୍କ ନିକଟରେ ପହଂଚିବ । ଏହା ସହ ସମାଜସେବା ବିଶେଷ କରି କୋଭିଡ୍ ମହାମାରୀ ସମୟରେ କୋଭିଡ୍ ଡାକ୍ତରଖାନା ପ୍ରତିଷ୍ଠା , ସାଧାରଣ ଜନତାଙ୍କୁ ମାସ୍କ, ସାନିଟାଇଜ୍ର ଖାଦ୍ୟ ଓ ଅନନ୍ୟା ଆବଶ୍ୟକ ସାମଗ୍ରୀ ବଣ୍ଟନ, ଓଡ଼ିଶାରେ କୋଭିଡ୍ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପିଲାଙ୍କୁ ମାଗଣାରେ କିଟ୍ ଉଚ୍ଚଶିକ୍ଷା ପ୍ରଦାନ କରିବା, କୋଭିଡ୍ରେ ଉଭୟ ବାପା ଓ ମାଆଙ୍କୁ ହରାଇ ଅନାଥ ହୋଇଥିବା । ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ଆଦି କାର୍ୟ୍ୟକୁô ଚଳିତବର୍ଷ ଟାଇମ୍ସ ହାଇଅରଏଜୁକେସନ୍ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ମିଳିବା
ପରେ କିଟ୍ ଓ କିସ୍ରପ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଖୁସିର ଲହରିଖେଳିଯାଇଛି । ଏଥିପାଇଁ ସେମାନେ ସମସ୍ତ ଶେୟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟକୁ ଏହିସମ୍ମାନଜନକ ପୁରସ୍କାର ମିଳିବା ପରେ ଏଥିରେ ଖୁସି ବ୍ୟକ୍ତ କରିବା ସହ ପ୍ରତିଷ୍ଠାତା ଶ୍ରୀସାମନ୍ତ କହିଛନ୍ତି ସମଗ୍ର ଏସିଆମହାଦେଶରୁ କିଟ୍ ଏକ ମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ପୁରସ୍କାର ପାଇଥିବାରୁ ଏହା ଓଡି଼ଶା ପାଇଁ ଗର୍ବ ଓ ଗୌରବର ବିଷୟ ।ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତ କିଟ୍ ଓ କିସ୍ରସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଏ ସବୁ ସମ୍ଭବ ହୋଇ ପାରିଲା ବୋଲି କହିଛନ୍ତି ।