- Home
- »
- Uncategorized
- »
- ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ସୁବିଧା ପହଂଚାଇବା ଲାଗି ବ୍ୟବସ୍ଥା
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ସୁବିଧା ପହଂଚାଇବା ଲାଗି ବ୍ୟବସ୍ଥା
SHARE NOW :
ଯୋଡ଼ା (ଲାଇଭଓଡ଼ିଶା ବ୍ୟୁରୋ): ମାଲ୍ଦା ଓ ଗୁଆଳି ଗ୍ରାମ ପଂଚାୟତର ଆଖପାଖର ଗୋଷ୍ଠୀଙ୍କୁ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ଏହି ଅଂଚଳରେ ଛଅଟି ଗଭୀର ନଳକୂପ ସ୍ଥାପନ କରାଯାଇଛି ।
ଏହି ଅଂଚଳର ଲୋକମାନେ ବହୁ ଦିନରୁ ଜଳ ସମସ୍ୟା ସାମ୍ନା କରୁଛନ୍ତି । ନିକଟସ୍ଥ ଜଳାଶୟରୁ ପାଣି ଆଣିବା ଲାଗି ଅଧିକାଂଶ ସମୟରେ ଲୋକମାନଙ୍କୁ ଲମ୍ବା ଦୂର ଯାତ୍ରା କରିବାକୁ ପଡ଼ୁଥିଲା ଏବଂ ଟାଙ୍କି ପାଣି ପାଇବା ଲାଗି ଗ୍ରାମବାସୀମାନଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା କାରଣ ତାହା ସାଧାରଣତଃ ସନ୍ଧ୍ୟା ସମୟରେ ଆସୁଥିଲା।
ଏହି ଅଭିଯାନର ଅଂଶସ୍ୱରୂପ, ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଉଦ୍ଦେଶ୍ୟରେ ଛଅଟି ଗଭୀର ନଳକୂପ ସ୍ଥାପନ କରାଯାଉଛି ଯେଉଁଥିରୁ ଚାରିଟି ପ୍ରସ୍ତୁତ ହୋଇଯାଇଥିବା ବେଳେ ଅନ୍ୟ ଗଭୀର ନଳକୂପଗୁଡ଼ିକର ସ୍ଥାପନା କାର୍ଯ୍ୟ ଜାରି ରହିଛି । ମାଲ୍ଦା ଓ ଗୁଆଳି ଗ୍ରାମ ପଂଚାୟତ ଅଧୀନରେ ଥିବା କଳମଙ୍ଗ ଓ ଗନ୍ଧଲପଡ଼ା ଗ୍ରାମରେ ଗଭୀର ନଳକୂପଗୁଡ଼ିକ ସ୍ଥାପନ କରାଯାଇଛି । ଏହି ଛଅଟି ଗଭୀର ନଳକୂପ ଦ୍ୱାରା ପ୍ରାୟ ୩୨୫ ପରିବାର ଉପକୃତ ହେବେ ।
ଏହା ବ୍ୟତୀତ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଏହି ଅଂଚଳରେ ସୋଲାର ଲାଇଟ୍ ସ୍ଥାପନ କରାଯାଇଛି ଯଦ୍ୱାରା ଗ୍ରାମବାସୀମାନେ ଏହି ନଳକୂପଗୁଡ଼ିକରୁ ରାତିରେ ବି ସୁବିଧାରେ ପାଣି ପାଇପାରିବେ ।