- Home
- »
- Uncategorized
- »
- ତାଲିବାନର ନୂଆ ନିଅମ, ପରଦା ଆଢୁଆଳରେ ଶିକ୍ଷା ଗ୍ରହଣ କରିବେ ଛାତ୍ରୀ
ତାଲିବାନର ନୂଆ ନିଅମ, ପରଦା ଆଢୁଆଳରେ ଶିକ୍ଷା ଗ୍ରହଣ କରିବେ ଛାତ୍ରୀ

SHARE NOW :
ନୂଆଦିଲ୍ଲୀ, ୮.୯ (ଲାଇଭ ଓଡିଶା ଟିଭି ): ସମ୍ପୁର୍ଣ୍ଣ ଆଫଗାନିସ୍ଥାନକୁ ନିଜ ଅକ୍ତିଆରକୁ ନେବା ପରେ ଏବେ ଲିଙ୍ଗଗତ ସମାନତା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ୍ । ବର୍ତ୍ତମାନ ଏହାର ପ୍ରଥମ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଲୋକଙ୍କ ଅଧିକାରକୁ ସୁରକ୍ଷିତ ରଖାଯିବ ବୋଲି ତାଲିବାନୀ ଶାସକ ଦାବି କରୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ତାଲିବାନ ସରକାର ନେଇଥିବା ଏଭଳି ନୁଆ ନିୟମ ସ୍ପଷ୍ଟ କରୁଛି ମହିଳା ମାନଙ୍କ କ୍ଷେତ୍ରରେ ଥିବା ନିମ୍ନ ଚିନ୍ତାଧାରା ।
ସୂଚନା ମୁତାବକ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅଲଗା ଅଲଗା ପାଠ ପଢାଯିବ । ଯଦି ଏପରି ହେବା ପାଇଁ କିଛି ଅସୁବିଧା ହୁଏ ତେବେ ମଝିରେ ପରଦା ପକାଇ ଶିକ୍ଷା ଗ୍ରହଣ କରିବେ ଛାତ୍ର ଛାତ୍ରୀ ।
କେବଳ ଏତିକି ନୁହେଁ ପୁରୁଷ ଶିକ୍ଷକମାନେ ଛାତ୍ରୀ ମାନଙ୍କୁ ପାଠ ପଢାଇବା ଉପରେ ମଧ୍ୟ ରୋକ୍ ଲଗାଯାଇଛି ଏବଂ ଶିକ୍ଷୟତ୍ରୀଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି । ଯାହାଫଳରେ ମହିଳା ଶିକ୍ଷୟତ୍ରୀ ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଇ ପାରିବେ ।
ମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶରେ ଏହା ମଧ୍ୟ ଦର୍ଶାଯାଇଛି ଯେ କଲେଜ୍ ସ୍କୁଲ୍,ବିଶ୍ୱବିଦ୍ୟାଳୟ ଆଦି ସ୍ଥାନ ମାନଙ୍କରେ ଝିଅ ଓ ପୁଅଙ୍କର ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ବାଟ କରାଯିବ,ଯେଉଁ ପର୍ଯ୍ୟନ୍ତ ପୁରୁଷ ଛାତ୍ରମାନେ କ୍ୟାମ୍ପସ୍ ରୁ ବାହାରି ନାହାନ୍ତି ସେ ପର୍ଯ୍ୟନ୍ତ ମହିଳାମାନେ ପ୍ରତ୍ୟକ୍ଷାଳୟରେ ଅପେକ୍ଷା କରିବେ । ଏହି ସବୁ କାର୍ଯ୍ୟ ଫଳରେ ଝିଅ ପୁଅଙ୍କୁ ଭେଟିବା,କଥା ହେବା ,ବୁଲିବା ଆଦି ଠାରୁ ଦୁରେଇ ରହିବେ ।