FOLLOW US ON SOCIAL

  1. Home
  2. »
  3. Uncategorized
  4. »
  5. ପ୍ରଧାନ ଶିକ୍ଷକଙ୍କ ଠାରୁ ୨ ଲକ୍ଷ ୭୦ ହଜାର ଲୁଟି ନେଲେ

ପ୍ରଧାନ ଶିକ୍ଷକଙ୍କ ଠାରୁ ୨ ଲକ୍ଷ ୭୦ ହଜାର ଲୁଟି ନେଲେ

SHARE NOW :

କନ୍ଧମାଳ (ଲାଇଭ ଓଡିଶା ନ୍ୟୁଜ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ମୁଣ୍ଡାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୀର୍ଯ୍ୟରତ ପ୍ରଧାନ ଶିକ୍ଷକ ରଂଜିତ କୁମାର ନାୟକ ଙ୍କ ଠାରୁ ଚଙ୍କା ଲୁଟିନେଲେ ଦୁର୍ବୁତ୍ତ । ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବାଲିଗୁଡା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ କିଛି ଦୁର୍ବୁତ୍ତ ବାଇକ୍ ରେ ଆସି ଟଙ୍କା ଲୁଟି ନେଇଛନ୍ତି । ସୂଚନା ମୁତାବକ ପ୍ରଧାନ ଶିକ୍ଷକ ବ୍ୟାଙ୍କରୁ ଟଙ୍କା ଆଣି ଫେରୁଥିବା ବେଳେ ବାଲିଗୁଡ଼ା ବସ ଷ୍ଟାଣ୍ଡ ପାଖରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ସମ୍ମୁଖରେ ପ୍ରଧାନ ଶିକ୍ଷକ ରଂଜିତ କୁମାର ନାୟକଙ୍କ ଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଶିକ୍ଷକ ରଂଜିତ କୁମାର ନାୟକ ଏନେଇ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts