- Home
- »
- Uncategorized
- »
- ଲାଞ୍ଚ ନେଇ ଧରାପଢିଲେ ଡାକ୍ତର ବାବୁ
ଲାଞ୍ଚ ନେଇ ଧରାପଢିଲେ ଡାକ୍ତର ବାବୁ

SHARE NOW :
ସୁବର୍ଣ୍ଣପୁର(ଲାଇଭ୍ ଓଡିଶା ନ୍ୟୁଜ୍/ ପିତାମ୍ବର ମହାପାତ୍ର): ଲାଂଚ ନେବା ହେଲା କାଳ ,ଲାଂଚନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଜଣେ ବରିଷ୍ଠ ଡାକ୍ତର ବାବୁ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଲେରିଆ ଅଫିସର ଭାବେ କାର୍ଯ୍ୟକରୁଥିବା ନବକିଶୋର ବେହେରା ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀଙ୍କ ଠାରୁ ୧୬ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିବାରେ ସଫଳ ହୋଇଛି । ବର୍ତମାନ ଭିଜିଲାନ୍ସ ବିଭାଗ ନେତ୍ରାନନ୍ଦଙ୍କୁ ନିଜ କାର୍ଯ୍ୟାଳୟକୁ ନେଇ ଅଧିକ ପଚରା ଉଚୁରା ଜାରି ରଖିଛି ।ଭିଜିଲାନ୍ସ କର୍ମଚାରୀ ହଠାତ ନେତ୍ରାନନ୍ଦଙ୍କ କାର୍ଯ୍ୟାଳୟକୁ ପହଂଚି ଲାଞ୍ଚ ଟଙ୍କା ସହିତ ତାଙ୍କୁ କାବୁ କରିଥିଲେ।
ପରେ ସାକ୍ଷୀ ମାନଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଜବତ କରିବା ସହିତ ଡାକ୍ତରଙ୍କୁ ଗିରଫ କରିଥିଲେ। ସୁଚନା ଅନୁସାରେ ଘଟଣା ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ପାଖରେ ଚିକିତ୍ସାଳୟର ଜଣେ କର୍ମଚାରୀ ଅଭିଯୋଗ କରିଥିଲେ।ତେବେ ପୂର୍ବ ନିର୍ଧାରିତ ଯୋଜନା ଅନୁଯାୟୀ ଡାକ୍ତର ନବକିଶୋରଙ୍କୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହିତ ଗିରଫ କରିଥିବା ବେଳେ ଏନେଇ ଭିଜିଲାନ୍ସ ବିଭାଗର ପ୍ରତିକ୍ରୀୟା ଏଯାଏଁ ମିଳିପାରିନାହିଁ ।