FOLLOW US ON SOCIAL

  1. Home
  2. »
  3. Uncategorized
  4. »
  5. ହିଂସ୍ରଜନ୍ତୁଙ୍କ ଫୁଟବଲ ଖେଳ

ହିଂସ୍ରଜନ୍ତୁଙ୍କ ଫୁଟବଲ ଖେଳ

ହିଂସ୍ରଜନ୍ତୁଙ୍କ ଫୁଟବଲ ଖେଳ
SHARE NOW :

ନବରଙ୍ଗପୁର(ନନ୍ଦିତା ଦାସ/ଲାଇଭ ଓଡ଼ିଶା ନ୍ୟୁଜ୍‌) : ଉମରକୋଟ ବ୍ଲକ ସ୍ଥିତ ସୁକିଗାଁରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ସୁକିଗାଁ ର ଜଙ୍ଗଲରେ ଦୁଇଟି ଭାଲୁଙ୍କୁ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଥିଲା । ସର୍କସ ରେ ରିଙ୍ଗ ମାଷ୍ଟରଙ୍କ ପରିଚାଳନାରେ ଖେଳୁଥିବା ହିଂସ୍ରଜନ୍ତୁ ନିଜ ଇଚ୍ଛାରେ ଫୁଟବଲ ଖେଳୁଥିଲେ । ତେବେ ଏହି ଆଶ୍ଚର୍ଯ୍ୟ ଜନକ ଦୃଶ୍ୟର ଭିଡିଓ ଭାଇରାଲ ହୋଇଛି । ସମସ୍ତଙ୍କ ମୋବାଇଲରେ ପ୍ରସାରଣ ହେଉଛି ଏହି ସୁନ୍ଦର ଭିଡିଓ ।


ସୂଚନା ଅନୁସାରେ ସୁକିଗାଁ ର କିଛି ପିଲା ଫୁଟବଲ ଖେଳୁଥିଲେ । ଏହି ସମୟରେ ଫୁଟବଲଟି ପଡିଆ ବାହାରକୁ ଚାଲିଯାଇଥିଲା । ପରେ ଏହି ସ୍ଥାନକୁ କୁଛି ସମୟ ପରେ ଦୁଇଟି ଭାଲୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ମା ଭାଲୁ ଥିବା ବେଳେ ଅନ୍ୟଟି ଛୁଆ ଭାଲୁ ଥିବାର ଜଣାପଡିଥିଲା । ତେବେ ପଡିଆ ବାହାରେ ପଡିଥିବା ଫୁଟବଲ ସହ ଦୁଇଟି ଭାଲୁ ଆନନ୍ଦର ସହ ଖେଳିବାକୁ ଲାଗିଥିଲେ । ଏବଂ କିଛି ସମୟ ଖେଳିବା ପରେ ବଲ ସହ ଜଙ୍ଗଲକୁ ଚାଲିଯାଇଥିଲେ।

Leave a Reply

Your email address will not be published. Required fields are marked *

Related Posts