- Home
- »
- Uncategorized
- »
- ଆରପାରିରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ
ଆରପାରିରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ

SHARE NOW :
କଟକ,୨୪.୯(ଲାଇଭ୍ ଓଡିଶା ନ୍ୟୁଜ୍): ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା ରେ ଓଟିଭି ପ୍ରତିନିଧି ଅରିନ୍ଦମ ମୃତ । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଘୋଷଣା କରିଛନ୍ତି। ସେ କହିଛନ୍ତି, ଅରିନ୍ଦମ ଦାସ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।
ସୁଚନା ମୁତାବକ ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅରିନ୍ଦମଙ୍କ ଅକାଳ ମୃତ୍ୟୁ ହୋଇଛି ।
ଏବେବି ଓଡ୍ରାଫ୍ ଟିମର ଅନ୍ୟ ଜଣେ ସଦସ୍ୟ ନିଖୋଜ ଅଛନ୍ତି । ନିଖୋଜ ମୁର୍ମୁଙ୍କୁ ଓଡ୍ରାଫ୍ ସହ ଏନଡିଆରଏଫ୍ ଟିମ୍ ଖୋଜାଖୋଜି କରୁଛନ୍ତି ।