FOLLOW US ON SOCIAL

  1. Home
  2. »
  3. Uncategorized
  4. »
  5. ବିଜ୍ଞପ୍ତି ଜାରି କଲା ତାଲିବାନ,ଏଣିକି ଆଫଗାନିସ୍ତାନରେ ଦାଢ଼ି କାଟିବା ମନା

ବିଜ୍ଞପ୍ତି ଜାରି କଲା ତାଲିବାନ,ଏଣିକି ଆଫଗାନିସ୍ତାନରେ ଦାଢ଼ି କାଟିବା ମନା

ବିଜ୍ଞପ୍ତି ଜାରି କଲା ତାଲିବାନ,ଏଣିକି ଆଫଗାନିସ୍ତାନରେ ଦାଢ଼ି କାଟିବା ମନା
SHARE NOW :

କାବୁଲ, ୨୮.୯ (ଲାଇଭ୍ ଓଡିଶା ନ୍ୟୁଜ୍‌): କେବଳ ନାରୀଙ୍କ କ୍ଷେତ୍ରରେ ନୁହେଁ ପୁରୁଷ ମାନଙ୍କ କ୍ଷେତ୍ରରେ ମଧ୍ୟ କଡା ନିୟମ ପ୍ରଣୟନ କରୁଛି ତାଲିବାନ ସରକାର । ଆଫଗାନିସ୍ତାନରେ ନାରୀଙ୍କ ପରେ ଏବେ ପୁରୁଷଙ୍କ ଉପରେ ନୂଆ ନିୟମ ଲାଗୁ କରିଛି ତାଲିବାନ ସରକାର। ଏଣିକି ଆଉ ଦାଢ଼ି କାଟିପାରିବେନି ପୁରୁଷ । ଦାଢ଼ି କାଟିବା ଦ୍ବାରା ଇସଲାମ ନିୟମକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରି ଏପରି ନିୟମ କରାଯାଇଛି।

ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ପୁରୁଷଙ୍କୁ ଦାଢ଼ି ନକାଟିବାକୁ ବାରଣ କରାଯାଇ ଏଥିଲାଗି ତାଲିବାନ ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ହେଲମାଣ୍ଡ ପ୍ରଦେଶରେ ଷ୍ଟାଇଲିସ୍ ହେୟାର ଷ୍ଟାଇଲ ସହ ଦାଢ଼ି ନକାଟିବାକୁ ବାରଣ କରାଯାଇଛି ।

ତାଲିବାନ ଜାରି କରିଥିବା ନିୟମ ଅନୁସାରେ, ଇସଲାମିକ ଓରିଏଣ୍ଟେସନ୍ ମନ୍ତ୍ରଣାଳୟର ଅଧିକାରୀମାନେ ଏନେଇ ଏକ ବୈଠକ କରାଇଥିଲେ । ଯେଉଁଥିରେ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ତାହା ସହ ସୋସିଆଲ ନେଟୱାର୍କରେ ପ୍ରସାର କରାଯାଇଥିବା ଏହି ଆଦେଶରେ ସେଲୁନ୍ ପରିସରରେ ଗୀତ ନ ବଜାଇବା ପାଇଁ ମଧ୍ୟ ବାରଣ କରାଯାଇଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *

Related Posts