FOLLOW US ON SOCIAL

  1. Home
  2. »
  3. Uncategorized
  4. »
  5. କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି
SHARE NOW :


ଭୁବନେଶ୍ୱର (ଲାଇଭଓଡ଼ିଶା ନ୍ୟୁଜ ) :କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସସ୍ମିତାରାଣୀ ସାମନ୍ତ ଶୁକ୍ରବାର
ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର‌୍ୟ୍ୟକାଳ ଶେଷ ହୋଇଯିବା ପରେ କୁଳାଧିପତି ପ୍ରଫେସର
ବେଦ ପ୍ରକାଶ ପ୍ରଫେସର ସସ୍ମିତା ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହା ପୂର୍ବରୁ
ପ୍ରଫେସର ସାମନ୍ତ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବଠାରୁ ଆରମ୍ଭ କରି ଉପକୂଳପତି ପର‌୍ୟ୍ୟନ୍ତ ଦୀର୍ଘ ୨୬ ବର୍ଷ ଧରି କିଟ୍‍
ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପଦପଦବୀରେ ରହି ଦକ୍ଷତାର ସହ କାର‌୍ୟ୍ୟ କରିଆସିଛନ୍ତି । ଆଜି ପ୍ରଫେସର ମହାନ୍ତିଙ୍କଠାରୁ ପ୍ରଫେସର
ସାମନ୍ତ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶିକ୍ଷାଦାନ ଓ ପ୍ରଶାସନ କ୍ଷେତ୍ରରେ ତାଙ୍କର ଦୀର୍ଘ୨୫ବର୍ଷର ଅଭିଜ୍ଞତା
ରହିଛି । ପ୍ରଫେସର ସାମନ୍ତ ବ୍ରିଟେନର ରୟାଲ୍‍ ସୋସାଇଟି ଅଫ୍‍ ଆର୍ଟସ୍‍ (ଏଫଆରଏସ୍ଏବ, ୟୁକେ) ଏବଂ କମ୍ପ୍ୟୁଟର ସୋସାଇଟି
ଅଫ୍‍ ଇଣ୍ଡିଆ (ଏଫ୍ସିକଏସ୍ଆସଇ, ଇଣ୍ଡିଆର) ଫେଲୋ ରହିଆସିଛନ୍ତି । କୁଳପତି ଚୟନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ
ପାଇଥିଲା । ଏଥି ।ଇଁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧି ତି ପ୍ରଫେସର ବେଦ ପ୍ରକାଶ ପ୍ରତିଷ୍ଠିତ ଶିକ୍ଷାବତି ୍‍, ଜାତୀୟ ବିଶ୍ୱବଦି ୍ୟାଳୟର
କୁଳପତି ଏବଂ ୟୁଜିସି ପକ୍ଷରୁ ଜଣେ ସଦସ୍ୟଙ୍କୁ ନେଇ ଏକ ୩ ଜଣିଆ ଚୟନ କମିଟି ଗଠନ କରିଥିଲେ । ପୁଙ୍ଖାନୁ ୁଙ୍ଖ ଯାଞ୍ଚ
ପରେ ପ୍ରଫେସର ସାମନ୍ତଙ୍କ ସମେତ ଚୟନ କମିଟି ୧୩ଜଣଙ୍କ ସାକ୍ଷାତକାର ନେଇଥିଲେ । ଚୂଡ଼ାନ୍ତ ପର‌୍ୟ୍ୟାୟରେ ଚୟନ କମିଟି
୩ଜଣ ପ୍ରାର୍ଥୀଙ୍କ ନାମ କୁଳାଧି ତିଙ୍କ ନିକଟକୁ ପଠାଇଥିଲେ । ଶିକ୍ଷାଦାନ ଓ ପ୍ରଶାସନିକ ଅଭିଜ୍ଞତା ସମେତ ଅନ୍ୟାନ୍ୟ ଦିଗକୁ
ବିଚାରକୁ ନେଇ କୁଳାଧି ତି ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ଦେଇଥିଲେ । ଆସନ୍ତା
୫ବର୍ଷ ପାଇଁ ପ୍ରଫେସର ସାମନ୍ତ ଏହି ପଦବୀରେ କାର‌୍ୟ୍ୟ କରିବେ । କିଟ୍‍ ବିଶ୍ୱବିଦ୍ୟାଳୟ ଆରମ୍ଭରୁ ଏହାର କୁଳପତି ଭାବେ ବହୁ
ବିଶିଷ୍ଟ ଶିକ୍ଷାବିତ୍‍ ଓ ବୈଜ୍ଞାନିକ କାର‌୍ୟ୍ୟ କରିଛନ୍ତି । ଏଥିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ପ୍ରଫେସର
ସସ୍ମିତାରାଣୀ ସାମନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଫେସର ସସ୍ମିତା ସାମନ୍ତଙ୍କ ନେତୃତ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ଆଗକୁ ଆହୁରି
ସଫଳତା ହାସଲ କରିବ ବୋଲି ଶ୍ରୀ ସାମନ୍ତା ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts