Live Odisha Tv

ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ

ପୁରୀ; ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ । ରତ୍ନ ଭଣ୍ଡାର ତଦାରଖ କରି ଫେରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ବିଶେଷଜ୍ଞ ଟିମ୍ ଦ୍ୱାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଛି । ଏଏସଆଇ ଏଡିଜି ଜାନଭିଜ୍ ଶର୍ମା ନେତୃତ୍ୱରେ ଯାଞ୍ଚ କରାଯାଇଥିଲା । ୧୭ ଜଣିଆ ଟିମ୍ ତନ ତନ କରି ଯାଞ୍ଚ ସହ ଲେଜର ସ୍କାନିଂ କରିଛନ୍ତି ।ତେବେ ଆଜିର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନି ,ରାଡାର ସର୍ଭେ ହେବ । ଗ୍ରାଉଣ୍ଡ ପେନେଟେଟ୍ରିଂ ରାଡାର ସର୍ଭେ କରାଯିବାକୁ ସ୍ଥିର କରାଯାଇଛି । ସେପଟେ ରତ୍ନ ଭଣ୍ଡାର ତଦାରଖ କମିଟି ଅଧକ୍ଷ୍ୟ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ଆସନ୍ତା ୨୫ ତାରିଖ ଭିତରେ ରତ୍ନଭଣ୍ଡାର ସର୍ଭେ କାମ ସରିବ । ୨୫ ତାରିଖରୁ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଗଲେ ଆଉ କିଛି କରିହେବନି । ଏଥିପାଇଁ ୨୫ ତାରିଖ ଭିତରେ ସର୍ଭେ କାମ ସାରିବ ପାଇଁ  ଆମେ ଅନୁରୋଧ କରିଛୁ ବୋଲି ଜଷ୍ଟିସ ରଥ କହିଛନ୍ତି ।

Digital Griot