କିଟ୍ ରେ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭ ଅନୁଷ୍ଠିତ
ଭୁବନେଶ୍ୱର : ସଫଳତାର କୌଣସି ସର୍ଟକଟ୍ ନାହିଁ କି କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି ବିଶିଷ୍ଟ ଶିଳ୍ପପତି ତଥା ଶ୍ରୀ ସିମେଣ୍ଟର ଅଧ୍ୟକ୍ଷ ହରି ମୋହନ ବାଙ୍ଗୁର ପ୍ରକାଶ କରିଛନ୍ତି। କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ ପକ୍ଷରୁ ଶନିବାର ଆୟୋଜିତ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବାଙ୍ଗୁର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ଯେଉଁମାନେ ନିରନ୍ତର କଠୋର ପରିଶ୍ରମର ଅନୁଶାସନକୁ ଆପଣେଇ ଥାଆନ୍ତି ସେମାନେ ନିଶ୍ଚତ ଭାବେ ସେମାନଙ୍କ କ୍ୟାରିଅରରେ ସଫଳ ହୋଇଥାନ୍ତି।…