
କଡ଼ା ସୁରକ୍ଷା ବଳୟରେ ବିଧାନସଭା
ଭୁବନେଶ୍ୱର: ଆସନ୍ତା ୨୭ ତାରିଖଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବେ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତିଙ୍କ ଆଗମନ ପାଇଁୱ ବ୍ଲୁ-ବୁକ୍ ଗାଇଡ଼ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ । ଆଉ ଗୋଟିଏ ଦିନରେ ଆରମ୍ଭ ହୋଇଯିବା ଶୀତ ଅଧିବେଶନ ।



