Live Odisha Tv

ନବୀନଙ୍କ ଚିଠିର ଜବାବ ରଖିଲେ ମୋହନ ମାଝୀ

ଭୁବନେଶ୍ବର: ପହଣ୍ଡି ବେଳେ ଘଟିଥିବା ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଯାହାର ଜବାବ ରଖିଛନ୍ତି ମୋହନ ମାଝୀ । ଜଗତର ନାଥ ଜଗନ୍ନାଥ କେବଳ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ନୁହଁନ୍ତି, ସେ ସାରା ଜଗତର ନାଥ । ତାଙ୍କର ପୂଜନ ବିଧି ବ୍ୟବସ୍ଥା ସାରା ଜଗତରେ ବିରଳ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିରେ ସାରା ଜଗତ ଦୁଃଖିତ । ତେଣୁ ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ବାଭାବିକ । ମୁଁ ମଧ୍ୟ ଗଭୀର ମର୍ମାହତ । ଆଡପ ମଣ୍ଡପ ପହଣ୍ଡି ବିଜେ ସମୟରେ ହୋଇଥିବା ଅଘଟଣ ବିଷୟରେ ଜାଣିବା ପରେ ମୁଁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆାଇନମନ୍ତ୍ରୀ ପ୍ୟଥିରାଜ ହରିଚନ୍ଦନଙ୍କୁ ଘଟଣାର ତଦନ୍ତ ପାଇଁ ପୂୁରୀ ଯିବାକୁ ନିର୍ଦ୍ଦେଶ ଦେବାସହିତ ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନଘଟିବ ସେଥିପାଇଁ ସମସ୍ତଙ୍କୁ ଯନ୍ତ୍ରବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନବୀନଙ୍କ ପରାମର୍ଶ ତାଙ୍କ ପାଇଁ ସବୁବେଳେ ଗ୍ରହଣୀୟ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଜଣାଇଛନ୍ତି ।

ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ଚିଠି ଲେଖି ନବୀନ କହିଥିଲେ, ମହାପ୍ରଭୁ ଓଡିଆ ଜାତିର ମୁରବୀ । ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ ଓ ପ୍ରତୀକ । ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ତାହା ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ମୁଁ ମଧ୍ୟ ଏଥିରେ ଅତ୍ୟନ୍ତ ମର୍ମାହତ । ହେଲେ ଏଭଳି ସ୍ପର୍ଶକାତର ଘଟଣାରେ ମନ୍ତ୍ରୀ ଯେଉଁଭଳି ମନ୍ତବ୍ୟ ଦେଲେ ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ସରକାରଙ୍କ ଏଭଳି ଆଭିମୁଖ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତ କଲା ନାହିଁ ବୋଲି ନବୀନ ନିଜ ଚିଠରେ ଉଲ୍ଲେଖ କରିଥିଲେ।

Digital Griot