ଶିକ୍ଷା

ବ୍ୟକ୍ତିତ୍ଵ

ଅଚ୍ୟୁତ ସାମନ୍ତଙ୍କୁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟରୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର : ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟ, ସୋନିପତ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଅବସରରେ ଶୁକ୍ରବାର ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କ ୬୯ ତମ ସମ୍ମାନସୂଚକ ଡକ୍ଟରେଟ୍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏସ୍‍ଆରଏମ୍‍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧିପତି ଡ. ଟି.

Read More »
ଦେଶ ବିଦେଶ

କ୍ୟୁଏସ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ୨୦୨୬: ଓଡ଼ିଶାରେ ଶୀର୍ଷରେ କିଟ୍

ଭୁବନେଶ୍ୱର : କ୍ୟୁଏସ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬ ପ୍ରକାଶ ପାଇଥିବାବେଳେ ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି। ଏହା ସହିତ ସମଗ୍ର ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଏସିଆରେ ୨୯୪ ତମ ସ୍ଥାନ ହାସଲ କରି ବହୁ ଲବ୍‍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ସମକକ୍ଷ ହୋଇପାରିଛି। ସମଗ୍ର ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ସମ୍ମାନଜନକ ସ୍ଥାନରେ ରହିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ନେଇ କ୍ୟୁଏସ୍‍

Read More »
କ୍ରୀଡା

ଚେସ୍‌ର ପ୍ରସାର ନେଇ କିଟ୍ ଓ ଫିଡେ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଭାରତରେ ଚେସ୍‌ର ପ୍ରସାର ନିମନ୍ତେ କିଟ୍‌, ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍‌) ଓ ଅନ୍ତର୍ଜାତୀୟ ଚେସ୍ ସଂଘ (ଫିଡେ) ମଧ୍ୟରେ ଆଜି ଗୋଆଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଭାରତରେ ବିଦ୍ୟାଳୟସ୍ତରରୁ ଚେସ୍‌ର ପ୍ରସାର ଲକ୍ଷ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଫଳରେ ଶିକ୍ଷା ସହ ଚେସ୍‌ର ମଧ୍ୟ ପ୍ରଚାର ପ୍ରସାର ହୋଇପାରିବ । ଫିଡେ ସଭାପତି ଆର୍କାଡ଼ି ଭର୍କୋଭିଚ୍‌, ଫିଡେ ମ୍ୟାନେଜମେଣ୍ଟ ବୋର୍ଡ ଉପାଧ୍ୟକ୍ଷ ଜିଏମ୍ ଦାନା

Read More »
କ୍ରୀଡା

କିଟରେ ଗ୍ଲୋବାଲ୍‍ ୟୁନିଭର୍‍ସିଟି ଫେୟାର

ଭୁବନେଶ୍ୱର : କିଟ ବିଶ୍ୱବିଦ୍ୟାଳୟରେ ଷ୍ଟଡି ଆବ୍ରୋଡ-ଗ୍ଲୋବାଲ୍ ୟୁନିଭରସିଟି ଫେୟାରର ତୃତୀୟ ସଂସ୍କରଣ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ବିଶ୍ୱର ୫୦ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଉଦ୍‍ଘାଟିତ ଏହି ତିନି ଦିନିଆ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଅଗ୍ରଣୀ ବିଶ୍ୱ ପ୍ରତିଷ୍ଠାନରେ ଛାତ୍ରବୃତ୍ତି, ଇଣ୍ଟର୍ନସିପ୍ ଏବଂ ଉଚ୍ଚଶିକ୍ଷା ସମ୍ଭାବନା ଅନୁସନ୍ଧାନ କରିବାର ସୁଯୋଗ ପ୍ରଦାନ କରିଥିଲା।  ଏହି ଅବସରରେ ଶ୍ରୀ ସାମନ୍ତ କହିଲେ, ଏହା ବିଶ୍ୱାୟନର ଯୁଗ। ଯେତେବେଳେ ବିକାଶ

Read More »
ଦେଶ ବିଦେଶ

କିଟ୍‍ ଭାରତର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ପ୍ରକାଶ ପାଇଛି। ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ବିଶ୍ୱ ତଥା ସର୍ବଭାରତୀୟସ୍ତରରେ ତାର ସ୍ଥାନରେ ଉନ୍ନତି ଆଣିଛି। ଗୁରୁବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୬ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ ପ୍ରଦର୍ଶନ କରିଛି। ବିଶ୍ୱର ୨୧୯୧ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ୫୦୧ କୋହର୍ଟ ମଧ୍ୟ ରହିଛି। ସେହିପରି କିଟ୍‍ ବିଶ୍ୱବିଦ୍ୟାଳୟ  ଦେଶର ୧୨୮ଟି

Read More »
ଦେଶ ବିଦେଶ

କେସିଆଇଏଏମ୍‌ ହେଉଛି ଏକ ସମୟୋଚିତ ପଦକ୍ଷେପ

ଭୁବନେଶ୍ୱର : କିଟ୍ ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ (କେସିଆଇଏଏମ୍‌)ର କର୍ଟେନ ରେଜର ଏବଂ ଭିଜନର ଶୁଭାରମ୍ଭ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସ୍‌ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍‌ର ବିଚାରପତି ଡ. ଜଷ୍ଟିସ୍ ଅବଦୁଲକାୱି ଏ. ୟୁସୁଫ୍‌; ଭାରତ ଉଚ୍ଚତମ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟାଙ୍କ ସମେତ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସୁଜିତ ନାରାୟଣ ପ୍ରସାଦ, ଜଷ୍ଟିସ୍ ଆନନ୍ଦ ସେନ୍‌, ଜଷ୍ଟିସ୍ ରାଜେଶ କୁମାର; ପାଟନା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସନ୍ଦୀପ କୁମାର; ବରିଷ୍ଠ

Read More »
ଦେଶ ବିଦେଶ

୨୬ରୁ କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ୨୬ତାରିଖରୁ ଆରମ୍ଭ ହେଉଛି। ପ୍ରଥମ ଥର କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଦିନିଆ ସମାବର୍ତ୍ତନ ହେଉଛି। ଏହି ସମାବର୍ତ୍ତନ ଉତ୍ସବ ତିନି ଦିନ ଧରି ଆୟୋଜିତ ହେବା ଫଳରେ ବହୁ ସଂଖ୍ୟାରେ ସ୍ନାତକ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତା ତଥା ଅଭିଭାବକଙ୍କ ସହ ସୁବିଧାରେ ଉତ୍ସବରେ ସାମିଲ ହୋଇପାରିବେ। ଶ୍ରୀଲଙ୍କାର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମୋହନ ମୁନାସିଂଘେ, ଟ୍ୟୁନିସିଆର ନୋବେଲ ଶାନ୍ତି ପୁରସ୍କାର ବିଜେତା  ଉଇଦେଦ୍ ବୋଚାମାଉଇ, ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‍ ଜଷ୍ଟିସ୍‍ର

Read More »
ବ୍ୟକ୍ତିତ୍ଵ

କିସ୍‍ ଛାତ୍ରୀ ଜାମିନୀ ଭୁଞ୍ଜିଆ ଜନଜାତିର ପ୍ରଥମ ରିସର୍ଚ୍ଚ ସ୍କଲାର୍‍

ଭୁବନେଶ୍ୱର : କିସ୍‍ ଏକ ବିଶ୍ୱବିଦ୍ୟାଳୟ ହୋଇପାରିଥିବାରୁ ଜନଜାତି ତଥା ଦୁର୍ବଳ ଜନଜାତି ବର୍ଗର ବହୁ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି। ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କିସ ବିଶ୍ୱବିଦ୍ୟାଳୟ ଛାତ୍ରୀ ଜାମିନୀ ଝାଙ୍କର। ସେ ଚକୁଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟର ପ୍ରଥମ ରିସର୍ଚ୍ଚ ସ୍କଲାର ହେବାର ଗୌରବ ଅର୍ଜନ କରିଛନ୍ତି। ଜାମିନୀ କିସ୍‍ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ସ୍କଲାର ଭାବେ ଯୋଗ ଦେଇଥିଲେ। କିସ୍‍ ବିଶ୍ୱବିଦ୍ୟାଳୟରୁ ସେ ତାଙ୍କର ଗବେଷଣା ସଫଳତାର ସହ ଶେଷ କରି ପିଏଚଡ଼ି

Read More »
ଦେଶ ବିଦେଶ

କିଟ୍‍-କିସ୍‍ ଓ ୟୁନେସ୍କୋ ଏମଜିଆଇଇପି ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଜାତିସଂଘ ଶତତ ବିକାଶ ଲକ୍ଷ୍ୟ (ଏସଡିଜି) ୪.୭ର ଲକ୍ଷ୍ୟକୁ ଆଗକୁ ବଢାଇବା ପାଇଁ ୟୁନେସ୍କୋ  ମହାତ୍ମା ଗାନ୍ଧୀ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏଜୁକେସନ୍‍ ଫର ପିସ୍‍ (ଏମଜିଆଇଇପି) ଓ କିଟ୍‍-କିସ୍‍ ମଧ୍ୟରେ ଏକ ସହଯୋଗ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ୟୁନେସ୍କୋ ଏମଜିଆଇଇପି ନିର୍ଦ୍ଦେଶକ ପ୍ରଫେସର ଓବିଜିଓଫର ଅଗିନମଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ୱାକ୍ଷର ହୋଇଥିଲା। ଏହି ସହଯୋଗିତା

Read More »
ଦେଶ ବିଦେଶ

କିସ୍‍ ଛାତ୍ରଛାତ୍ରୀ ପାଳିଲେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଜନଜାତି ବିଦ୍ୟାଳୟ କିସ୍‍ ପରିସରରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ  ଜନ୍ମଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ କିସ୍‌ର ୪୦ ହଜାର ଛାତ୍ରଛାତ୍ରୀ ଏକାଠି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ। ପିଲାମାନେ ମୋଦୀଙ୍କ ମୁଖା ପିନ୍ଧି ଜନ୍ମଦିନ ସଙ୍ଗୀତର ତାଳେତାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଓ କିସ୍ ତଥା କିମ୍‍ସ ଛାତ୍ରଛାତ୍ରୀଙ୍କ

Read More »