Live Odisha Tv

ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନିଯୁକ୍ତ କରାଯାଇଛି । କୋରାପୁଟ ଜିଲ୍ଲାର ବରିଷ୍ଠ ଆଦିବାସୀ କଂଗ୍ରେସ ନେତା ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି   ରାମଚନ୍ଦ୍ର କାଡ଼ାମ ୩ଥର ବିଧାୟକ ହୋଇଛନ୍ତି  ସେହିପରି ଅଶୋକ ଦାସ ବିଧାୟକ ଦଳର ଉପନେତା ବିଧାୟକ ସିଏସ ରାଜନ ଏକ୍କାଙ୍କୁ ଦଳର ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି।

ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଦେଢ଼ ମାସ ବିତି ଯାଇଥିବା ପରେ କଂଗ୍ରେସ ନିଜର ବିଧାୟକ ଦଳ ନେତା ବାଛି ପାରି ଥିଲା ଏଥିପାଇଁ ଦଳ ଭିତରେ ଆଲୋଚନା ଜାରି ରହିଥିଲା ତେବେ ଆଜି ଏଆଇସିସି ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ସୂଚନା ଜାରି କରାଯାଇଛି  ବିଧାନସଭାକୁ କଂଗ୍ରେସରୁ ୧୪ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି ଏମାନଙ୍କ ମଧ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଜ୍ଞତା ଦୃଷ୍ଟିରୁ ବାହିନୀପତି ଦଳର ବିଧାୟକ ଦଳ ନେତା ରେସରେ ରହିଥିବା ଚର୍ଚ୍ଚା ହେଉଥିଲା

Digital Griot