ରାଜ୍ୟରେ କ୍ଷମତାସୀନ ବିଜେପି ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେଇଛି । ଶନିବାର ୨୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି । ବାକି ୧୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁକୁ ନେଇ ଅଙ୍କ ଛିଡ଼ୁନଥିବାବେଳେ ଆସନ୍ତା ସପ୍ତାହରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ରାଜ୍ୟ ସଭାପତିଙ୍କ ନିଜ ଜିଲ୍ଲା ଭଦ୍ରକ ସମେତ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର, ଖୋର୍ଦ୍ଧା, ସମ୍ବଲପୁର ଓ ଅନୁଗୁଳ ଭଳି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁକୁ ନେଇ ଏବେବି ସହମତି ହୋଇପାରିନଥିବା ଜଣାପଡ଼ିଛି ।
ରାଜ୍ୟ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ୫୦ ପ୍ରତିଶତରୁ ଅଧିକ ଜିଲ୍ଲା ୟୁନିଟ୍ ସଭାପତିଙ୍କ ନାଁ ଘୋଷଣା ସରିଥିବାରୁ ଦଳୀୟ ସମ୍ବିଧାନ ଆଧାରରେ ରାଜ୍ୟ ସଭାପତି ଚୟନରେ ସମସ୍ୟା ରହିବ ନାହିଁ । ତେଣୁ ଆସନ୍ତା ସପ୍ତାହରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ଜଣାପଡ଼ିଛି ।
ଜିଲ୍ଲା ଓ ଜିଲ୍ଲା ସଭାପତିଙ୍କ ନାଁ:
ଜଗତସିଂହପୁର-ପ୍ରତାପ ମିଶ୍ର
କେନ୍ଦ୍ରାପଡ଼ା-ଶଶାଙ୍କ ଶେଖର ସେଠୀ
ପୁରୀ- ଡଃ ଦେବେନ୍ଦ୍ରନାଥ ତରାଇ
କଟକ-ସୁକାନ୍ତ ବିଶ୍ୱାଳ
କଟକ(ଗ୍ରାମାଂଚଳ)- ରାମନାରାୟଣ ମହାନ୍ତି
ବାଲେଶ୍ୱର-ଈଶ୍ୱର ଚନ୍ଦ୍ର ବେହେରା
ବାଲେଶ୍ୱର(ଉତ୍ତର)- ପ୍ରଦୀପ କୁମାର ପଣ୍ଡା
ଢେଙ୍କାନାଳ- ରାସବିହାରୀ ବେହେରା
ଗଞ୍ଜାମ- ସରୋଜ ସାବତ
ବଲାଙ୍ଗୀର- ଶ୍ରୀବତ୍ସ ବେହେରା
ସୁନ୍ଦରଗଡ଼-ଗିରିଶ ସାହୁ
ନୂଆପଡ଼ା- କମଲେଶ ଦୀକ୍ଷିତ
କଳାହାଣ୍ଡି- ଯୁଗଳ ପୋଢ଼
ବରଗଡ଼- ଡଃ ଅରୂପାନନ୍ଦ ସାହୁ
ଦେବଗଡ଼- ଅରୁଣ କୁମାର ସାହୁ
ଆସିକା- ବିଜୟ ସ୍ୱାଇଁ
ନବରଙ୍ଗପୁର- କୁଞ୍ଜବିହାରୀ ଦାସ
ବୌଦ୍ଧ-ପ୍ରେମାନନ୍ଦ ମିଶ୍ର
କେନ୍ଦୁଝର-ଶୁକଦେବ ମହାନ୍ତ
ମାଲକାନଗିରି-ଅଶୋକ କୁମାର ପରିଡ଼ା
ଘୁମୁସର(ଭଞ୍ଜନଗର)- ନୀଳମାଧବ ପାତ୍ର
ପଶ୍ଚିମ ମୟୂରଭଞ୍ଜ(ରାଇରଙ୍ଗପୁର)-ଜୁରୀଲାଲ ମହାନ୍ତ
ପୂର୍ବ ମୟୂରଭଞ୍ଜ- ନିହାର ମୋଦି