Live Odisha Tv

ଲଦାଖକୁ ମିଳିବ ନୂତନ ୫ଟି ଜିଲ୍ଲା

ଲଦାଖ: ୨୦୧୯ରେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଲଦାଖର ମାନ ଚିତ୍ରରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳକୁ ନୂଆରୂପ ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ମାତ୍ର ଦୁଇଟି ଜିଲ୍ଲାରେ ସୀମିତ ଥିବା ଲଦାଖକୁ ମିଳିବ ନୂତନ ୫ଟି ଜିଲ୍ଲା । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ।

ଲଦାଖରେ ପାଞ୍ଚଟି ନୂତନ ଜିଲ୍ଲା ଗଠନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ନୂତନ ଜିଲ୍ଲା ଗୁଡ଼ିକ ହେଲା ଜାଂସ୍କର, ଦ୍ରାସ, ଶ୍ୟାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗ ଅନ୍ତର୍ଭୁକ୍ତ । ଅମିତ ଶାହା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟର ଏକ୍ସରେ ଏହି ସୂଚନା ଦେଇଛନ୍ତି । ଲଦାଖର ଲୋକଙ୍କ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିବାକୁ ମୋଦୀ ସରକାର ପ୍ରତିବଦ୍ଧ ବୋଲି ଶାହା କହିଛନ୍ତି ।

ଉତ୍ତର ଭାରତର ଉପସ୍ଥିତ ଲଦାଖ ୨୦୧୯ ପୂର୍ବରୁ ଜାମ୍ମୁ କାଶ୍ମୀରର ଏକ ଅଂଶ ଥିଲା । କିନ୍ତୁ ଧାରା ୩୭୦ ଉଚ୍ଛେଦ କରି ଏହାକୁ  ଜାମ୍ମୁ କାଶ୍ମୀରରୁ ଅଲଗା କରି ଏକ ନୂତନ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲା । ଆଉ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ମାତ୍ର ଦୁଇଟି ଜିଲ୍ଲା ଲେହ ଏବଂ କାର୍ଗିଲ୍ ଅଛି ।

 

Digital Griot