Author: Live Odisha

  • | |

    କିସ୍‍ ଛାତ୍ରଛାତ୍ରୀଙ୍କୁ ଅନନ୍ତ ଅମ୍ବାନୀଙ୍କ ଉପହାର

    ଭୁବନେଶ୍ୱର : ନିଜ ଜନ୍ମଦିନରେ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି, ଚାକିରି ଓ ଏକ୍ସପୋଜର ସୁଯୋଗ ଭଳି ଅନେକ ଘୋଷଣା କରିଛନ୍ତି ଅନନ୍ତ ଅମ୍ବାନୀ। ଆଜି ନିଜ ଜନ୍ମଦିନ ପାଳନ ଅବସରରେ ଅନନ୍ତ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ରିଲାଏନ୍ସ ଗ୍ରୁପରେ ଚାକିରି ସୁଯୋଗ ସହ ଚଳିତ ଶିକ୍ଷାବର୍ଷରେ କିସ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି, କେଜିରୁ ପିଜିସ୍ତରରେ ଶେଷ୍ଠ ପ୍ରଦର୍ଶନ କରିଥିବା ଟପ୍ପରମାନଙ୍କୁ ଅନନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶାଳ ବନ୍ୟପ୍ରାଣୀ କେନ୍ଦ୍ର ବନତାରା ପରିଦର୍ଶନ କରିବାର ସୁଯୋଗ ଆଦି…

  • | |

    ରୋମାନିଆରେ କିସ୍‍ ଛାତ୍ରଛାତ୍ରୀ

    ଭୁବନେଶ୍ୱର : କିସ୍‍ର ଦଶ ଜଣ ଛାତ୍ରଛାତ୍ରୀ ଏକ ଆନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ରୋମାନିଆ ଗସ୍ତରେ ଅଛନ୍ତି । ସେଠାରେ ସେମାନେ ଓଡ଼ିଶାର ଆଦିବାସୀ ଭାଷାରେ ସେକ୍ସପିଅରଙ୍କ ନାଟକ ପରିବେଷଣ କରିବେ ବିଦେଶରେ ସାନ୍ତାଳୀ ନୃତ୍ୟ ପରିବେଷଣ କରିବା କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ। ପୂର୍ବରୁ କିସ୍‍ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବିଦେଶୀ ଦେଶ ଗସ୍ତ କରୁଥିଲେ। ଏବେ ସେମାନେ ଆଦିବାସୀ ନୃତ୍ୟ ପ୍ରଦର୍ଶନ ଏବଂ ସାଂସ୍କୃତିକ…

  • |

    ୪ରୁ କିଟ୍‍ ରେ ବିଶ୍ୱ ବିଚ୍‍ ଭଲିବଲ୍‍ ଚାମ୍ପିୟନ୍‍ସିପ୍‍

    ଭୁବନେଶ୍ୱର: ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍ (ପୁରୁଷ ଓ ମହିଳା) ଆୟୋଜିତ ହେଉଛି। ଏହି ଚାମ୍ପିୟନ୍‍ସିପ୍‍ ପ୍ରଥମ ଥର ଲାଗି ଭାରତ ବିଶେଷ କରି ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୫୨ ଦେଶରରୁ ୮୨ଟି ଦଳ ଅଂଶଗ୍ରହଣ କରିବେ। ଏହି ଚାମ୍ପିୟନ୍‍ସିପ୍‍ ରେ ଅଲିମ୍ପିକ୍‍ ସ୍ୱର୍ଣ୍ଣପଦକ ବିଜେତାଙ୍କ ସମେତ ୩୦୬ ଖେଳାଳି ଓ ଅଫିସିଆଲ୍‍ ଯୋଗଦେବେ। ଏଥିପାଇଁ କିଟ୍‍ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଆୟୋଜନ କରାଯାଇଛି।…

  • |

    କିଟ୍‍ ଓ କିସ୍‍ ରେ ଆମାଜନ ଆଇନ୍‍ ମୁଖ୍ୟ

    ଭୁବନେଶ୍ୱର : ଆମାଜନ ଚିଫ୍‍ ଗ୍ଲୋବାଲ୍‍ ଆଫ୍ୟାୟାର୍‍ସ ଓ ଆଇନ୍‍ ଅଧିକାରୀ ଡାଭିଡ୍‍ ଏ ଜାପଲସ୍କି ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ଓ କିସ୍‍ର ସମସ୍ତ ୟୁନିଟ୍‍ ବୁଲି ଦେଖିଥିଲେ । କିସ୍‍ ବୁଲି ଦେଖିବା ପରେ ସେ ପ୍ରଥମ ଥର ଲାଗି କିସ୍‍ ଭଳି ଏକ ବିରାଟ ଓ ବିରଳ ଅନୁଷ୍ଠାନ ପରିଦର୍ଶନ କରି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଶିକ୍ଷା ଜରିଆରେ…

  • |

    ଚାରି ସାଇବର ଠକଙ୍କୁ ଗିରଫ କଲା ଯୋଡା ପୋଲିସ

    କେଉଁଝର : ଜାତୀୟ ସାଇବର ଅପରାଧ ରିପୋର୍ଟ ଆଧାରରେ ଯୋଡା ପୋଲିସ ଚାରିଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଆଶିଷ କୁମାର ଦାସ ଏବଂ ସରଫରାଜ ଆଲ୍ଲାମ, ମହିଳା, ବେକାର ଯୁବକ ଏବଂ ଆର୍ଥିକ ଦୁର୍ବଳ ବ୍ୟକ୍ତିଙ୍କୁ ଟାର୍ଗେଟ କରି କମିଶନ ଦେବା ଲୋଭ ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପ୍ରବର୍ତ୍ତାଇଥିଲେ। ବ୍ୟାଙ୍କ ଖାତା , ଏଟିଏମ୍ କାର୍ଡ…

  • |

    ବିଶ୍ୱର ୪ଜଣ ବ୍ୟକ୍ତିଙ୍କୁ କିଟ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

    ଭୁବନେଶ୍ୱର : ସୋମବାର କିଟ ବିଶ୍ୱବିଦ୍ୟାଳୟ ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲମ୍ବିଆ ହସପିଟାଲିଟି ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜନ୍ ଓପେନହାଇମର; କଲମ୍ବୋ ହୁନୁପିଟିଆ ଗଙ୍ଗାରାମାୟ ମନ୍ଦିରର ମୁଖ୍ୟ ପଦାଧିକାରୀ ଡ କିରିଣ୍ଡେ ଆସାଜି ନାୟକ ଥେରୋ; ଦି ପ୍ରିଣ୍ଟର୍ସ (ମହୀଶୂର) ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଏବଂ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ବୋର୍ଡର ପ୍ରାକ୍ତନ ନିର୍ଦ୍ଦେଶକ କେ.ଏନ୍‌. ଶାନ୍ତ କୁମାର; ଏବଂ ତିବତୀୟ ବୌଦ୍ଧ ଧର୍ମର ଗୁରୁ ତଥା ସ୍ୱିଜରଲ୍ୟାଣ୍ଡର ରିପା ଇଣ୍ଟରନ୍ୟାସନାଲ୍ ସେଣ୍ଟରର…

  • |

    ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍‍ର ୨୧୦୦ ଛାତ୍ରଛାତ୍ରୀ

    ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥର କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନସେସ (କିସ୍‍)ରୁ ରେକର୍ଡ଼ ସଂଖ୍ୟକ ୨୧୦୦ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। କୌଣସି ଏକ ବିଦ୍ୟାଳୟରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାରେ କିସ୍‍  ହେଉଛି  ଓଡ଼ିଶା ତଥା ସମଗ୍ର ଭାରତରେ ଏକମାତ୍ର ବିଦ୍ୟାଳୟ। କିସ୍‍ର ସର୍ବାଧିକ ୧୧୦୦ ଛାତ୍ରୀ ଓ ୧୦୦୦…

  • | |

    କିଟରେ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଠ୍ୟକ୍ରମ

    ଭୁବନେଶ୍ୱର : ଏସିଆର ଅସୁରକ୍ଷିତ ବୌଦ୍ଧ ଐତିହ୍ୟର ସୁରକ୍ଷା ଦିଗରେ କିଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏସିଆ ମହାଦେଶର ଗ୍ରାମାଞ୍ଚଳରେ ଥିବା ୯୦ ପ୍ରତିଶତରୁ ଅଧିକ ବୌଦ୍ଧ ଐତିହ୍ୟ ସ୍ଥଳ ଅସୁରକ୍ଷିତ ରହିଥିବା ବେଳେ ଏ ସଂପର୍କରେ ଭାରତ, ଚୀନ୍‌, କୋରିଆ ଓ ଜାପାନର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। କିଟ୍‍ ଓ କିସ୍‍ ଏହି ସବୁ ଐତିହ୍ୟ ସ୍ଥଳର ସୁରକ୍ଷା କିପରି କରାଯାଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରିବ। ଇଣ୍ଡିଆନ୍ ଟ୍ରଷ୍ଟ…

  • | |

    ଓଡ଼ିଶା ଅର୍ଥନୈତିକ ସଂଘର ୫୮ତମ ବାର୍ଷିକ ସମ୍ମିଳନୀ 

    ଭୁବନେଶ୍ୱର: କିଟ୍‍ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ କମର୍ସ ଓ ଓଡ଼ିଶା ଅର୍ଥନୈତିକ ସଂଘ (ଓଇଏ) ମିଳିତ ସହଯୋଗରେ ଓଇଏର ୫୮ତମ ବାର୍ଷିକ ସମ୍ମିଳନୀ ଓ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‍ଯାପିତ ହୋଇଯାଇଛିଫେବୃଆରୀ ୭ ଓ ୮ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା “ଭାରତ ଓ ବିଶ୍ୱ ବାଣିଜ୍ୟ: ସାମଗ୍ରୀ ଚୁକ୍ତିନାମା ଓ ନୀତି’ । ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖ୍ୟାତି ସଂପନ୍ନ ଅର୍ଥନୀତି ବିଶାରଦ ପ୍ରଫେସର ଦୀପକ ନାୟାର ଯୋଗଦେଇ ନିଯୁକ୍ତି ବଢ଼ିଲେ ହିଁ ଅର୍ଥନୀତିର ଅଭିବୃଦ୍ଧି ହେବ ହେବ ବୋଲି କହିଥିଲେ। ବିକାଶଶୀଳ ଦେଶଗୁଡ଼ିକରେ ନିଯୁକ୍ତି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିଯୁକ୍ତି ଦୃଷ୍ଟିକୋଣରୁ ସାମଗ୍ରିକ ଅର୍ଥନୈତିକ ନୀତିଗୁଡ଼ିକର ପୁନର୍ବିଚାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ କହିଲେ, କିଟ୍ ଓ କିସ୍ ଭଳି ଅନୁଷ୍ଠାନ ସଶକ୍ତ ଅର୍ଥନୀତିର ଉତ୍ତମ ଉଦାହରଣ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୁକାନ୍ତ ଚନ୍ଦ୍ର ସ୍ୱାଇଁ,ଓଡ଼ିଶା ଇକନୋମିକ୍ ଆସୋସିଏସନର ସଭାପତି ପ୍ରଫେସର ଜଗନ୍ନାଥ ଲେଙ୍କା, ସଂପାଦକ ଡ ହିମାଂଶୁ ଶେଖର ରାଉତ ଓ କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ ଶାଶ୍ୱତ କିଶୋର ମିଶ୍ର ପ୍ରମୁଖ ଯୋଗଦେଇ ଅର୍ଥନୀତି ତଥା ବିଷୟବସ୍ତୁ ଉପରେ ଅଧିକ ଆଲୋଚନା କରିଥିଲେ ।ଏହି ଅବସରରେ ଅନ୍ତର୍ଭୁକ୍ତି ବିକାଶ, ସ୍ଥାୟିତ୍ୱ ଓ ନୀତିଗତ ପ୍ରାସଙ୍ଗିକତାକୁ ଆଗକୁ ବଢ଼ାଇବାରେ ଅର୍ଥନୀତିର କେନ୍ଦ୍ରୀୟ ଭୂମିକା ଉପରେ ବିଭିନ୍ନ ଅଧିବେଶନରେ ଆଲୋଚକମାନେ ଆଲୋଚନା କରିଥିଲେ। ଓଇଏ ସଭାପତି ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କ ନେତୃତ୍ୱରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ପ୍ରଫେସର ହିମାଂଶୁ ଶେଖର ରାଉତଏହି ସମ୍ମିଳନୀର  ପରିଚାଳନା କରିଥିଲେ। ଉଦ୍‍ଯାପନୀ ଉତ୍ସବରେ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ,  କୋଲକାତା ପ୍ରଫେସର ଦେବାଶିଷ ମିଶ୍ର ନିଲାମ ଡିଜାଇନର ଅର୍ଥନୀତି ବିଷୟରେ ଆଲୋକପାତ କରିଥିଲେ। ପ୍ରୋତ୍ସାହନ, ସୂଚନା ଓ ରଣନୈତିକ ଆଚରଣ ଦ୍ୱାରା ବଜାର କିପରି ଆକୃତି ପାଇଥାଏ ତା ଉପରେ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଯୋଗଦେଇଥିବା ଓଡ଼ିଶା ତଥା ଭାରତର ବିଭିନ୍ନ କୋଣରୁ ୩ଶହରୁ ଊର୍ଦ୍ଧ୍ୱ ବିଶିଷ୍ଟ ଅର୍ଥନୀତିଜ୍ଞ, ଶିକ୍ଷାବିତ୍‌, ନୀତି ନିର୍ଦ୍ଧାରକ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ବିକାଶ, ସ୍ଥିରତା ତଥା ଭବିଷ୍ୟତର ଅର୍ଥନୈତିକ ମାର୍ଗ ଉପରେ ଏକ ଭିନ୍ନ ଚିନ୍ତାଧାରା ପ୍ରଦାନ କରିଥିଲା।

  • | |

    ରୋମାନିଆ ଯିବେ କିସ୍‍ର ୧୦ ଛାତ୍ରୀଛାତ୍ରୀ 

    ଓଡ଼ିଶାର ଜନଜାତି ଭାଷାରେ ପରିବେଷଣ ହେବ ପ୍ରଖ୍ୟାତ ନାଟ୍ୟକାର ସେକ୍‍ସପିଅରଙ୍କ ନାଟକ । ରୋମାନିଆରେ ଏହି ନାଟକ ପରିବେଷଣ କରିବେ କିସ୍‍ର ଛାତ୍ରଛାତ୍ରୀ । ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏଥିରେ  ସାମିଲ ହୋଇଛନ୍ତି କିସ୍‍ର ୧୦ଜଣ ପିଏଚ୍‍ଡି, ସ୍ନାତକ, ସ୍ନାତକୋତ୍ତର ଓ ବିବିଏ ପଢ଼ୁଥିବା ଛାତ୍ରଛାତ୍ରୀ । ଆସନ୍ତା ମେ ମାସରେ ରୋମାନିଆର କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ସେକ୍‍ସପିଅର ମହୋତ୍ସବରେ ଏହି ଛାତ୍ରଛାତ୍ରୀମାନେ ଯୋଗଦେଇ ସେକ୍‍ସପିଅରଙ୍କ ନାଟକକୁ ଜନଜାତି ଭାଷାରେ ପରିବେଷଣ କରିବେ…