କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ଲୋବାଲ ୟୁନିଭର୍ସିଟି ଫେୟାର
ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ଗ୍ଲୋବାଲ ୟୁନିଭର୍ସିଟି ଫେୟାର’ର ତୃତୀୟ ସଂସ୍କରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୭୦ରୁ ଅଧିକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଯୋଗ ଦେଇଥିଲେ। ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ସମ୍ଭାବନା ସୃଷ୍ଟି କରିବାର ଏକ ଅଭୂତପୂର୍ବ ସୁଯୋଗ ପ୍ରଦାନ କରିଛି ଗ୍ଲୋବାଲ ୟୁନିଭର୍ସିଟି ଫେୟାର। ଏହି ଫେୟାରରେ ଭାରତ ସମେତ ଆମେରିକା, ବ୍ରିଟେନ, କାନାଡ଼ା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ୱିଜରଲ୍ୟାଣ୍ଡ, ଆୟାର୍ଲାଣ୍ଡ, ଦୁବାଇ, ଫିନଲାଣ୍ଡ ଓ ବିଭିନ୍ନ ଦେଶର ବଡ଼ବଡ଼ ଶିକ୍ଷାନୁଷ୍ଠାନ ସାମିଲ ହୋଇଥିଲେ। କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ସମେତ…