୨୬ରୁ କିଟ୍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ୨୬ତାରିଖରୁ ଆରମ୍ଭ ହେଉଛି। ପ୍ରଥମ ଥର କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଦିନିଆ ସମାବର୍ତ୍ତନ ହେଉଛି। ଏହି ସମାବର୍ତ୍ତନ ଉତ୍ସବ ତିନି ଦିନ ଧରି ଆୟୋଜିତ ହେବା ଫଳରେ ବହୁ ସଂଖ୍ୟାରେ ସ୍ନାତକ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତା ତଥା ଅଭିଭାବକଙ୍କ ସହ ସୁବିଧାରେ ଉତ୍ସବରେ ସାମିଲ ହୋଇପାରିବେ। ଶ୍ରୀଲଙ୍କାର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମୋହନ ମୁନାସିଂଘେ, ଟ୍ୟୁନିସିଆର ନୋବେଲ ଶାନ୍ତି ପୁରସ୍କାର ବିଜେତା ଉଇଦେଦ୍ ବୋଚାମାଉଇ, ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ର…