କ୍ରୀଡା
ପୁଣି ଥରେ ଆଇଓସିର ସଦସ୍ୟ ହେଲେ ନୀତା ଅମ୍ବାନୀ
ମୁମ୍ବାଇ: ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ଭରସା କରିଛି। ସର୍ବସମ୍ମତି କ୍ରମେ ସେ ଆଇଓସିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ଅର୍ଥାତ୍ ୧୦୦ ପ୍ରତିଶତ ତାଙ୍କୁ ମିଳିଛି । ୨୦୧୬ ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ନୀତା ଅମ୍ବାନୀ ପ୍ରଥମ ଥର ପାଇଁ ଆଇଓସି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ