parliament

  • | |

    ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ

    ନୂଆଦିଲ୍ଲୀ:ଆସନ୍ତା ୩୧ରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ। କେନ୍ଦ୍ର ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ବିତୀୟ ସମ୍ପୂର୍ଣ୍ଣ ବଜେଟ ହେବ। ପ୍ରଥମ ଦିନରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଏହାର ଦିନକ ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମଥର ପାଇଁ ବଜେଟ ଉପସ୍ଥାପନ କରିବେ। ଦ୍ୱିତୀୟ ସମ୍ପୂର୍ଣ୍ଣ ବଜେଟ ଆଗତ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ…

  • ପାକିସ୍ତାନ ସଂସଦ ଜଗିବେ ତାଲିମପ୍ରାପ୍ତ ମୂଷା

    ଇସଲାମାବାଦ୍: ଭାରତର ପଡୋଶୀ ଦେଶ ପାକିସ୍ତାନ ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଟଙ୍କା ନାହିଁ। ସରକାର ଋଣ ବୋଝରେ ପୋତି ହୋଇ ଯାଇଛନ୍ତି। ଏବେ ଆଉ ଏକ ସମସ୍ୟା ପାକିସ୍ତାନ ସରକାରଙ୍କ ଆଗକୁ ଆସିଛି। ପାକିସ୍ତାନୀ ସଂସଦରେ ମୂଷା ଆତଙ୍କ ସମସ୍ତଙ୍କୁ ଅସୁବିଧାରେ ପକାଇଛି। ଏହି ସମସ୍ୟାର ମୁକାବିଲା ପାଇଁ ସରକାର ସଂସଦରେ ମୂଷାମାନଙ୍କୁ ମାରିବା ପାଇଁ ବିଲେଇମାନଙ୍କୁ ନିୟୋଜିତ କରିବାକୁ ଯାଉଛନ୍ତି। ଏହି ଯୋଜନା ପାଇଁ ପାକିସ୍ତାନର ନ୍ୟାସନାଲ ଆସେମ୍ବଲି ୧.୨ ମିଲିୟନ୍…

  • | |

    ୱାକଫ୍ ଆଇନରେ ସଂଶୋଧନ ହେବାର ସମ୍ଭାବନା

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ସପ୍ତାହରେ ୱାକଫ୍ ବୋର୍ଡର କ୍ଷମତା ଏବଂ କାର୍ଯ୍ୟକାରିତାରେ ସଂଶୋଧନ ସମ୍ବନ୍ଧୀୟ ଏକ ବିଲ୍ ସଂସଦରେ ଆଗତ କରିପାରନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋଦୀ ସରକାର କୌଣସି ସମ୍ପତ୍ତିକୁ ‘ଓ୍ଵାକଫ୍ ସମ୍ପତ୍ତି’ କରିବା ନେଇ ପରିବର୍ତ୍ତନ ଆଣିପାରନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କ୍ୟାବିନେଟ୍ ୱାକଫ୍ ଆଇନରେ ପ୍ରାୟ ୪୦ଟି ସଂଶୋଧନକୁ ଅନୁମୋଦନ କରିଛି। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୱାକଫ୍ ବୋର୍ଡ ଦ୍ୱାରା କରାଯାଇଥିବା ସମ୍ପତ୍ତି ଉପରେ ଦାବିକୁ ବାଧ୍ୟତାମୂଳକ…

  • | |

    ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

    ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଏହାର ଗୋଟିଏ ଦିନ ପୂର୍ବରୁ ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯିବ। ଏହି ଅବସରରେ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ସରକାରଙ୍କୁ ଟାର୍ଗେଟ କରିବେ। ଏଥି ପାଇଁ ବିରୋଧୀ ଦଳର ନେତାମାନେ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଅନ୍ୟପଟରେ ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, କଂଗ୍ରେସ…

  • | |

    ନବୀନ ବିଜେଡିର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ

    ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ବିଜେଡିର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ଭାବେ ନିର୍ବାଚିତ କରାଯାଇଛି। ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ୯ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକ ଦଳର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ହୋଇଛନ୍ତି। ତେବେ ଏହି ବୈଠକେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଂସଦର ଆଗାମୀ ଅଧିବେଶନରେ ରାଜ୍ଯବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲଢେଇ କରିବାକୁ…