ରାଜ୍ୟ ମହିଳା ଆୟୋଗ ବରଖାସ୍ତ ମାମଲା, ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ
ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ରାଜ୍ୟ ସରକାର ବରଖାସ୍ତ କରିବା ମାମଲା ହାଇକୋର୍ଟରେ ପହଂଚିଛି । ରାଜ୍ୟ ମହିଳା ଆୟୋଗର ବରଖାସ୍ତ ହୋଇଥିବା ୩ ଜଣ ସଦସ୍ୟାଙ୍କ ପୃଥକ ପୃଥକ ଆବେଦନର ଆଜି ହାଇକୋର୍ଟ ଶୁଣାଣି କରି ୧୦ଦିନ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଡିସେମ୍ବର ୧୧ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନଧାର୍ଯ୍ୟ କରିଛନ୍ତି । ହାଇକୋର୍ଟ ବିଚାରପତି ଜଷ୍ଟିସ…