Live Odisha Tv

ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ, ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍ ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍   ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବ୍ରୁଆରି ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ତାହା ଏପ୍ରିଲରୁ ଜୁଲାଇ ମାସ ପାଇଁ ଥିଲା ଏବେ ନିର୍ବାଚନ ପରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଭାରତ ସରକାରଙ୍କ ସୁପାରିଶ କ୍ରମେ ମାନ୍ୟବର ରାଷ୍ଟ୍ରପତି ୨୨ ଜୁଲାଇ, ୨୦୨୪ରୁ ବଜେଟ୍ ଅଧିବେଶନ, ୨୦୨୪ ପାଇଁ ସଂସଦର ଉଭୟ ଗୃହ ଡାକିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ୨୦୨୪୨୫ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଜୁଲାଇ ୨୩, ୨୦୨୪ରେ ଲୋକସଭାରେ ଉପସ୍ଥାପିତ ହେବ।

ଆଗାମୀ ବଜେଟ୍ ନିର୍ମଳାଙ୍କ ଲଗାତାର ୭ମ ବଜେଟ୍ ହେବ ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଅର୍ଥମନ୍ତ୍ରୀ ହେବେ ସେ ମୋଦୀ ସରକାରଙ୍କବିକଶିତ ଭାରତଉପରେ ଗୁରୁତ୍ୱ ଦେଇ ଆର୍ଥିକ ବର୍ଷ ୨୫ ପାଇଁ ବଜେଟ୍ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି।

Digital Griot